January 13, 2026

ମାର୍ଚ୍ଚରେ ପୁଣି ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ,୯/୨: ଆସନ୍ତା ମାର୍ଚ୍ଚରେ ପୁଣି ୬ଦିନ ଯାଏ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିପାରେ। ୧୧ ମାର୍ଚ୍ଚରୁ ବ୍ୟାଙ୍କ ୟୁନିଅନ ତିନିଦିନ ବନ୍ଦ ଘୋଷଣା କରିଛି। ଅର୍ଥାତ ମାର୍ଚ୍ଚ ୧୧, ୧୨ ଏବଂ ୧୩ରେ ହରତାଳ କରାଯିବାକୁ ଥିବାରୁ ବ୍ୟାଙ୍କ ବନ୍ଦ ରହିପାରେ। ୧୦ ମାର୍ଚ୍ଚରେ ହୋଲି ଉତ୍ସବ ଅବସରରେ ବ୍ୟାଙ୍କ ବନ୍ଦ ରହିବ। ୧୪ ମାର୍ଚ୍ଚରେ ଦ୍ଵିତୀୟ ଶନିବାର ଏବଂ ୧୫ ମାର୍ଚ୍ଚ ରବିବାର ପାଇଁ ବନ୍ଦ ରହିବ। ବ୍ୟାଙ୍କ କର୍ମଚାରୀଙ୍କ ସଂଗଠନ ତରଫରୁ ପାରିଶ୍ରମିକ ବୃଦ୍ଧି ଦାବିରେ ଏହି ଷ୍ଟ୍ରାଇକ କରାଯିବ। ବ୍ୟାଙ୍କ କର୍ମଚାରୀଙ୍କ ଦେଶବ୍ୟାପୀ ଷ୍ଟ୍ରାଇକ ଯୋଗୁଁ ବ୍ୟାଙ୍କ ସେବା ପ୍ରଭାବିତ ହେବ।

Spread the love