July 27, 2024

Satya News

odia news channel

ବରିଷ୍ଠ ବିଜେପି ନେତା କୈଳାଶ ସାରଙ୍ଗଙ୍କ ପରଲୋକ

 

ଭୋପାଳ ୧୪/୧୧ : ମଧ୍ୟପ୍ରଦେଶର ବରିଷ୍ଠ ବିଜେପି ନେତା କୈଳାଶ ସାରଙ୍ଗଙ୍କ ପରଲୋକ ଘଟିଛି । ବୟସାଧିକ କାରଣରୁ ତାଙ୍କର ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ଦୀର୍ଘଦିନ ହେବ ସେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ରାଜ୍ୟସଭା ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ମଧ୍ୟପ୍ରଦେଶରେ ରାଜନୈତିକ ଗୋଟିଚାଳନାରେ ବେଶ ମାହିର ଥିଲେ କୈଳାଶ ସାରଙ୍ଗ ।

 

କୈଳାଶ ସାରଙ୍ଗଙ୍କ ପରଲୋକରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗଭରୀ ଶୋକ ବ୍ୟକ୍ତ କରିଛନ୍ତି । ଶିବରାଜ କହିଛନ୍ତି “ବିଜେପିରେ ଆମ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ମାର୍ଗଦର୍ଶକ, ପିତା ସମାନ ସ୍ନେହ, ଆର୍ଶୀବାଦ ଏବଂ ଭଲପାଇବା ଦେଉଥିବା ଆମର ପ୍ରିୟ ବାବୁଜୀ ଶ୍ରଦ୍ଧେୟ କୈଳାଶ ସାରଙ୍ଗଙ୍କ ଆଜି ପରଲୋକ ଘଟିଛି । ଏହି ଖବର ଣୁଣିବା ପରେ ହୃଦୟ ବ୍ୟଥିତ ହେଉଛି ଏବଂ ମନରେ ପୀଡା ହେଉଛି । ଇଶ୍ବର ଦିବଂଗତ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ଆମେ ସମସ୍ତେ ମହାନ ଆତ୍ମାର ସଦଗତି କାମନା କରୁଛୁ “।

 

ବିଜେପି ସାଂସଦ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ ମଧ୍ୟ ମହାନ ଜନନେତା କୈଳାଶ ସାରଙ୍ଗଙ୍କ ଦେହାନ୍ତରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସେ ଟ୍ବିଟ କରି କହିଛନ୍ତି “ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ​‌‌କୈଳାଶ ସାରଙ୍ଗ ଜୀଙ୍କ ନିଧନରେ ମୁଁ ଗଭୀର ମର୍ମାହତ । ଇଶ୍ବରଙ୍କୁ ପ୍ରାର୍ଥନା କରୁଛୁ ଦିବଂଗତ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ଶୋକ ସନ୍ତପ୍ତ ପରିବାରକୁ ଏଭଳି ଦୁଃସ୍ଥିତି ସମୟରେ ଶକ୍ତି ପ୍ରଦାନ କରନ୍ତୁ ।“

Spread the love