ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଂଚଳରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ନିରଂଜନ ଦାସଙ୍କ ବାପା ଶତୃଘ୍ନ ଦାସଙ୍କ ଗତକାଲି ରାତିରେ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି ା ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା ା
ସେ ଗତ କିଛି ଦିନ ଧରି ଦୁରୋରୋଗ୍ୟରେ ପୀଡ଼ିତ ହୋଇ କିଆଝର ପଂଚାୟତ ଅନ୍ତର୍ଗତ ଗୋଛାବାରୀସ୍ଥିତ ନିଜ ବାସ ଭବନରେ ଚିକିତ୍ସିତ ହୋଇ ଆସୁଥିଲେ
ସ୍ବର୍ଗତ ଦାସ କୃଷି ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀ ଥିଲେ ା ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକ ପ୍ରକାଶ ପାଇଛି ା ସ୍ବର୍ଗତ ଦାସ ଜଣେ ମେଳାପୀ,ପରୋପକାରୀ ଓ ଧର୍ମପ୍ରାଣ ବ୍ୟକ୍ତି ଥିଲେ ା
ତାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଂଚଳର ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ତାଙ୍କର ଶେଷ ଦର୍ଶନ କରିଥିଲେ
ସ୍ବର୍ଗତ ଦାସଙ୍କ ସାନ ପୁଅ ପବିତ୍ର ଦାସ ସ୍ଥାନୀୟ ଅଂଚଳର ଜଣେ ଜଣାଶୁଣା ଯୁବ ସମାଜସେବୀ ତଥା ଯୁବ ବ୍ୟବସାୟୀ ଏବଂ ବିଜେଡିର ଜଣେ ଆଗ ଧାଡ଼ିର କର୍ମୀ ଅଟନ୍ତି ା ସ୍ବର୍ଗତ ଦାସଙ୍କ ବଡ଼ ବୋହୂ ସବିତା ଦାସ ଗୋଛାବାରୀର ଅଙ୍ଗନବାଡ଼ି କର୍ମୀ ଅଟନ୍ତି ା
ତାଙ୍କ ଅନ୍ତିମ ସଂସ୍କାର ବେଳେ ବଡ଼ ପୁଅ ସାମ୍ବାଦିକ ନିରଂଜନ ଦାସ ମୁଖାଗ୍ନି ଦେଇଥିଲେ
More Stories
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ