ଭୁବନେଶ୍ୱର: ଓଡିଶାରେ ପହଞ୍ଚିଲା ଦେଢ ଲକ୍ଷ କୋଭାକ୍ସିନ୍ ଟିକା । ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଏହି ଟିକା ଆସିଛି। ୩ ତାରିଖରୁ ଭୁବନେଶ୍ୱରରେ ଦିଆଯିବ ଏହି ଟିକା। ଇଣ୍ଡିଗୋ ବିମାନରେ ଏହି ଟିକା ସବୁ ପହଞ୍ଚିଥିବା ସୂଚନା ମିଳିଛି। ସୋମବାରରୁ କେବଳ ବିଏମ୍ସି ଅଞ୍ଚଳରେ ହେବ ଟିକାକରଣ । ମେ ପହିଲାରୁ ପରୀକ୍ଷାମୂଳକ ଭାବେ କିଛି ସ୍ଥାନରେ କରାଯିବ ଟିକାକରଣ ବୋଲି ଜଣାପଡ଼ିଛି।
ତେବେ ରାଜ୍ୟରେ ସାଂଘାତିକ ହୋଇଛି କରୋନା ସଂଜୀବନୀ ସଙ୍କଟ। ଏମିତି ତ ୬ଲକ୍ଷ ଲୋକଙ୍କୁ ସେକେଣ୍ଡ ଡୋଜ୍ ଦେବାକୁ ଟିକା ନାହିଁ, ତେଣେ ଆସନ୍ତାକାଲିଠୁ ଯୁବବର୍ଗଙ୍କୁ ଟିକାକରଣକୁ ନେଇ ବି ସୃଷ୍ଟି ହୋଇଥିଲା ଦ୍ୱନ୍ଦ୍ୱ। ପରିବାର କଲ୍ୟାଣ ନିର୍ଦ୍ଦେଶକ ସଫା ସଫା କହିଥିଲେ-କେନ୍ଦ୍ରରୁ ଟିକା ଆସିବା ପରେ ଯାଇ ଲୋକଙ୍କୁ ଦିଆଯିବ। ତାସହ ଶନିବାର ଓ ରବିବାର ସଟଡାଉନ୍ ଥିବାରୁ ରାଜ୍ୟରେ ଟିକାକରଣ ବନ୍ଦ ରହିବ। ତେଣେ ଟିକା ନଥିବାରୁ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ରରେ ତାଲା ଝୁଲିଥିଲା। ଏଣେ ଦୈନିକ ସଂକ୍ରମଣରେ ରାଜ୍ୟ ସବୁ ପୁରୁଣା ରେକର୍ଡ ପାର୍ କରି ୯ ହଜାର ମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ଆଉ ୧୪ଜଣଙ୍କ ଜୀବନ ଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍