September 7, 2024

Satya News

odia news channel

ବିଧାନସଭା ନିକଟରେ କିରାସିନି ଢାଳି ମା’, ପୁଅଙ୍କ ଆତ୍ମାହୁତି ଉଦ୍ୟମ

 

ଭୁବନେଶ୍ୱର: ପୁଣି ଓଡ଼ିଶା ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ। ବିଧାନସଭା ପଛପଟ ଇଡକଲ ରାସ୍ତାରେ କୁଜଙ୍ଗ ଅଞ୍ଚଳର ଜଣେ ମହିଳା ଓ ତାଙ୍କ ପୁଅ କିରାସିନି ଢାଳି ଆଜି ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି। ଆତ୍ମାହୁତି ଉଦ୍ୟମ କରିଥିବା ମହିଳାଙ୍କ ନାଁ ସୁଲୋଚନା ଦାସ ଓ ତାଙ୍କ ପୁଅ ସୁବ୍ରତ ଦାସ।

ସୂଚନାଥାଉ କି, ବର୍ଷେ ତଳେ ପୁଅ ଅମୃତ ଦାସଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ପୁଅ ହତ୍ୟାରେ ନ୍ୟାୟ ନ ପାଇ ମା’ ଓ ଭାଇ ଆଜି କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡ଼ିଛି।

Spread the love