
ଭୁବନେଶ୍ୱର: ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ୟୁ ଟର୍ଣ୍ଣ । ପରୀ ମୃତ୍ୟୁ ଘଟଣାକୁ ଏକ ଛୋଟ ଅଘଟଣ ବୋଲି ଗତକାଲି କହିବା ପରେ ଆଜି ୟୁ ଟର୍ଣ୍ଣ ନେଇଛନ୍ତି ସୌମ୍ୟ ।
ସେ କହିଛନ୍ତି ତାଙ୍କ କଥାକୁ କଦର୍ଥ କରାଯାଇ ରାଜନୀତିକରଣ କରାଯାଉଛି । ସେ ଏଭଳି କହିନାହାନ୍ତି ବୋଲି ଆଜି କହିଛନ୍ତି ।ନୟାଗଡ଼ର ୫ ବର୍ଷୀୟ ଝିଅ ପରୀ ମୃତ୍ୟୁ ଏକ ଛୋଟ ଘଟଣା ଥିଲା । କିନ୍ତୁ ପରେ ତାହା ବିରାଟ ରୂପ ଧାରଣ କରିଥିଲା ବୋଲି ସୌମ୍ୟ କହିଛନ୍ତି ।
ସୌମ୍ୟ କହିଛନ୍ତି, ଘଟଣାଟି ଆରମ୍ଭ ହୋଇଥିଲା ନିଖୋଜ ମାମଲାରୁ। ତେଣୁ ଏହାକୁ ଏକ ବଡ ଘଟଣା ବୋଲି କହି ପାରିବି କି ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ। ପୋଲିସ ଯଦି ଆରମ୍ଭରୁ ପଦକ୍ଷେପ ନେଇଥାନ୍ତା ତେବେ ଏତେବାଟ ପର୍ଯ୍ୟନ୍ତ କଥା ଆସି ନ ଥାନ୍ତା। ଏପରିକି ୭ ଦିନ ପରେ ଏହା ହତ୍ୟା ମାମଲା ହୋଇଥାଇପାରେ ବୋଲି ସନ୍ଦେହ କରିବା ପରେ ବି ଯଦି ପଦକ୍ଷେପ ନେଇଥାନ୍ତା, ତେବେ ଆଜି ବିଧାନସଭା ଅଚଳ ହେବା ପରି ଅବସ୍ଥା ସୃଷ୍ଟି ହୋଇ ନ ଥାନ୍ତା ବୋଲି କହିଛନ୍ତି ସୌମ୍ୟ।ସୌମ୍ୟଙ୍କ ମନ୍ତବ୍ୟର ଜବାବ ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଯଦି ସୌମ୍ୟଙ୍କ ଘରେ ଏଭଳି ହୋଇଥାନ୍ତା, ତେବେ କଣ ଏଭଳି କହିଥାଥାନ୍ତେ ବୋଲି ପ୍ରଦୀପ୍ତ ନାୟକ କହିଛନ୍ତି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍