July 27, 2024

Satya News

odia news channel

କୃଷକ ଆନ୍ଦୋଳନକୁ ନେଇ କହ୍ନେୟା କୁମାରଙ୍କ ଟ୍ୱିଟ୍ : ନୂତନ କୃଷି ଆଇନରେ ଗୋଟିଏ ଧାଡ଼ି ଯୋଡ଼ି ଦିଅନ୍ତୁ- ‘ଏମଏସପି ତଳେ ଶସ୍ୟ କିଣିବା ବେଆଇନ୍’

 

ନୂଆଦିଲ୍ଲୀ: ସିପିଆଇ ନେତା ତଥା ଜେଏନୟୁର ପୂର୍ବତନ ଛାତ୍ରସଂଘ ଅଧ୍ୟକ୍ଷ କୃଷି ଆନ୍ଦୋଳନ ଆଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ଦେଶର କୃଷକମାନେ ମୁକ ନୁହନ୍ତି ଯାହାଙ୍କୁ ତୁମେ ପୁଞ୍ଜିପତିଙ୍କ ପାଖରେ ବିକି ଦେବ ବା ବନ୍ଧା ପକାଇ ଦେବ । ସେ ତାଙ୍କ ଟ୍ୱିଟ୍ ରେ ଲେଖିଛନ୍ତି ‘ଶୁଣ ସାହେବ କୃଷକମାନେ ସରକାରୀ ସଂସ୍ଥାନ ଭଳି ମୁକ ନୁହନ୍ତି ଯେ ତୁମେ ତୁମ ପୁଞ୍ଜିପତି ବନ୍ଧୁମାନଙ୍କୁ ଶାଗ ମାଛ ଦରରେ ବିକିଦେବ ଓ ସେମାନେ ଚୁପ୍ ରହିବେ । ’

ଅନ୍ୟ ଏକ ଟ୍ୱିଟ୍ ରେ କହ୍ନେୟା ଲେଖିଛନ୍ତି, ‘ହେ ସରକାର କୃଷକ ତୁମକୁ କ’ଣ ୧୫ ଲକ୍ଷ ମାଗୁଛି ନା ଦାବି କରୁଛି ଯେ ତୁମ ଭଳି ସେମାନଙ୍କ ପାଇଁ ୮.୫୦୦ କୋଟିର ଆରାମଦାୟକ ଜାହାଜ କିଣିଦିଅ । ବାସ ସେ ଏତିକି ଦାବି କରୁଛି କି ଆପଣମାନେ ଯେଉଁ ନୂତନ କୃଷିବିଲ୍ ଆଣିଛନ୍ତି ସେଥିରେ ଗୋଟିଏ ଧାଡି ଲେଖିଦିଅ କି ସେମାନେ ଉତ୍ପାଦନ କରୁଥିବା ଖାଦ୍ୟ ଶସ୍ୟକୁ ସର୍ବନିମ୍ନ ସହାୟକ ଦର ଠାରୁ କମ୍ ଦରରେ କିଣିବା ବେଆଇନ । ’

ଏହାର ଗୋଟିଏ ଦିନ ପୂର୍ବରୁ ବି ସେ ଏକ ଟ୍ୱିଟ୍ କରିଥିଲେ । ଯେଉଁ ଟ୍ୱିଟ୍ ମାଧ୍ୟମରେ ସେ ବିଜେପିକୁ ଟାର୍ଗେଟ କରି କହିଥିଲେ କି ‘ଶୁଣ ସରକାର, ଏମାନେ କୃଷକ ସେମାନଙ୍କ ପେଟକୁ ଲାତ ମାରୁଥିବା ଲୋକଙ୍କୁ କିଭଳି କାବୁ କରାଯାଏ ତାହା ସେମାନଙ୍କୁ ବେଶ୍ ଜଣା ।’

ଉଲ୍ଲେକଯୋଗ୍ୟ, ୩ଟି ନୂତନ କୃଷି ବିଲକୁ ଦେଶର କୃଷକମାନେ ୨ ମାସ ହେବ ବିରୋଧ କରିଆସୁଛନ୍ତି । ବହୁ ବାଧା ବିଘ୍ନ ପରେ ସେମାନେ ଏବେ ହଜାର ହଜାର ସଂଖ୍ୟାରେ ଦିଲ୍ଲୀର ନିରଂକାରୀ ମୈଦାନରେ ଏକଯୁଟ୍ ହୋଇଛନ୍ତି । ସେମାନେ ଦିଲ୍ଲୀରେ ରହି ସେମାନଙ୍କର ଦାବି ହାସଲ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି ।

Spread the love