July 27, 2024

Satya News

odia news channel

ବିହାରରେ ନେତା ଚୟନ ଲାଗି ଆଜି ଦିନ୧୨. ୩୦ରେ ‘ଏନଡିଏ’ର ବୈଠକ

 

ନୂଆଦିଲ୍ଲୀ: ବିହାରରେ ଔପଚାରିକ ଭାବେ ନେତା ଚୟନ ନିମନ୍ତେ ‘ନ୍ୟାସନାଲ୍ ଡେମୋକ୍ରାଟିକ୍ ଆଲିଆନ୍ସ’ (ଏନଡିଏ) ଆଜି ଅପରାହ୍ଣ ୧୨.୩୦ରେ ବୈଠକ ଆୟୋଜନ କରିଥିବା କଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି।

ଅନୌପଚାରିକ ଆଲୋଚନା ନିମନ୍ତେ ଶୁକ୍ରବାର ଦିନ କୁମାରଙ୍କ ବାସଭବନରେ ‘ଏନଡିଏ’ ନେତାମାନେ ଏକତ୍ର ହୋଇଥିଲେ। ନଭେମ୍ବର ୧୦ ତାରିଖରେ ନିର୍ବାଚନ ଫଳାଫଳ ଘୋଷିତ ହେବା ପରେ ଏହାଥିଲା ସେମାନଙ୍କର ପ୍ରଥମ ବୈଠକ।

କୁମାର କହିଛନ୍ତି, ନଭେମ୍ବର ୧୫ ତାରିଖ ଦିନ ୧୨.୩୦ରେ ଚାରି ସଦସ୍ୟ ଦଳର ସମସ୍ତ ନିର୍ବାଚିତ ନେତାମାନଙ୍କର ବୈଠକ ଆୟୋଜନ କରିବାକୁ ଆମେ ନିଷ୍ପତ୍ତି ନେଇଛୁ। ଉକ୍ତ ବୈଠକରେ ସମସ୍ତ ନିଷ୍ପତ୍ତି ନିଆଯିବ। ବୈଠକ ପରେ ଓ ‘ଏନଡିଏ’ର ନେତା ନିର୍ବାଚନ ପରେ ଆମେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବୁ।

ଭାରତୀୟ ଜନତା ପାର୍ଟି, ଜନତା ଦଳ (ୟୁନାଇଟେଡ୍), ହିନ୍ଦୁସ୍ତାନୀ ଆୱାମ୍ ମୋର୍ଚା-ସିକୁଲାର୍ ଏବଂ ବିକାଶଶୀଳ ଇନସାନ ପାର୍ଟିଙ୍କୁ ନେଇ ଗଠିତ ‘ଏନଡିଏ’ ୨୪୩ ଆସନବିଶିଷ୍ଟ ବିଧାନସଭା ନିର୍ବାଚନରେ ୧୨୫ ଆସନରେ ବିଜୟୀ ହୋଇଛି। ଏଥିରେ ବିଜେପି ଏକା ହାସଲ କରିଛି ୭୪ଟି ଆସନ। ‘ଜେଡି(ୟୁ)’ ୭୧ଟି ଆସନ ପାଇଥିବା ବେଳେ ‘ହାମ୍-ଏସ୍’ ଏବଂ ‘ଭିଆଇପି’ ପ୍ରତ୍ୟେକ ଚାରିଟି ଲେଖାଏଁ ଆସନ ପାଇଛନ୍ତି।

Spread the love