
ଭୁବନେଶ୍ୱର: ଆଜି ଆଲୋକ ପର୍ବ ଦୀପାବଳି । ଅନ୍ଧାରକୁ ଦୂର କରି ଆଲୋକକୁ ସ୍ୱାଗତ କରିବାର ଦିନ। ଦୀପ ପ୍ରଜଳ୍ୱିତ କରି ଉତ୍ସବ ପାଳନ କରିବାର ଦିନ । ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନକୁ ନେଇ କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଛି ଏହି ପରମ୍ପରା ।
ଦୀପାବଳିକୁ ହସଉଲ୍ଲାସର ସହ ପାଳନ କରିବାର ଦିନ। ଆତସବାଜୀ ଓ ଆଲୋକମାଳାରେ ସଜାଇ ଏହାକୁ ଧୁମଧାମର ସହ ପାଳନ କରିଥାନ୍ତି ଲୋକେ । ଘରେ ଘରେ ପିଠାମିଠାରେ ମହକି ଉଠେ ପରିବେଶ । ପରସ୍ପରକୁ ମିଠା ଖୁଆଇ ଦୀପାବଳିକୁ ଆନନ୍ଦର ପାଳନ କରିବାର ପରମ୍ପରା ରହିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍