September 16, 2024

Satya News

odia news channel

ବିପଦ ସଙ୍କେତ ଉପରେ ବୈତରଣୀ

ଭଦ୍ରକ ଆଖୁଆପଦାରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ 17.83 ମିଟର ରହିଥିବା ବେଳେ, ବର୍ତ୍ତମାନ 17.96 ମିଟରରେ ପ୍ରବାହିତ ହେଉଛି ଜଳ । ତେବେ ହଦଗଡ଼ ଡ୍ୟାମର ୩ଟି ଗେଟରୁ ୨୪ଶହ କ୍ୟୁସେକ ପାଣି ଛଡ଼ାଯିବାରୁ ସାଳନ୍ଦୀ ନଦୀରେ ବନ୍ୟା ଜଳ ବୃଦ୍ଧି ପାଇଛି । ସାଳନ୍ଦୀ ନଦୀର ବନ୍ୟା ଜଳ ବୃଦ୍ଧି ଯୋଗୁଁ ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ରାଜଘାଟ ନିକଟରେ ସାଳନ୍ଦୀ ନଦୀର ବିପଦସଙ୍କେତ 17.02 ଫୁଟ ଥିବା ବେଳେ ବର୍ତ୍ତମାନ 15 ଫୁଟରେ ବନ୍ୟାଜଳ ପ୍ରବାହିତ ହେଉଥିବା ସୂଚନା ଦେଇଛନ୍ତି ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଇକାନ ବେଶ୍ରା ।

ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନ ଧରି ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଲାଗିରହିଛି ବର୍ଷା । ହରଭଙ୍ଗି ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବନ୍ୟା ଜଳ ନିଷ୍କାସନ ପାଇଁ ହରଭଙ୍ଗି ଡ୍ୟାମର ୮ ଗୋଟି ଗେଟ୍ ମଧ୍ୟରୁ ଦୁଇ ଗୋଟି ଗେଟ ଖୋଲା ଯାଇଛି । ଗେଟ୍ ମଧ୍ୟ ଦେଇ ୨୦୭ କ୍ୟୁସେକ୍ ବନ୍ୟା ଜଳ ନିଷ୍କାସନ ହେଉଛି । ଫଳରେ ନଦୀ କୁଳିଆ ଅଞ୍ଚଳରେ ଥିବା ୧୦ ଖଣ୍ଡ ଗାଁକୁ ବନ୍ୟା ଆଶଙ୍କା ଦେଖାଦେଇଛି ।

Spread the love