October 26, 2024

Satya News

odia news channel

ମାଲକାନଗିରି-ଆନ୍ଧ୍ର ପ୍ରଦେଶ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି ୧୪।୦୮: ମାଲକାନଗିରି ଜିଲ୍ଲାର ଜାରି ରହିଛି ଲଗାଣ ବର୍ଷା । ସିଲେରୁ, ସାବେରୀ, ପୋଟେରୂ ଓ କାଙ୍କୁରୁକୋଣ୍ଡା ନଦୀରେ ଜଳ ସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।

ତେବେ ମୋଟୁ ନିକଟସ୍ଥ ଆନ୍ଧ୍ର ପ୍ରଦେଶର କାଲେର ଓ କୋଇଗୁର ଗାଁ ମଝିରେ ଥିବା ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ପାଞ୍ଚ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରି ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଗତ ତିନି ଦିନ ଧରି ଯୋଗାଯୋଗ ବିଚ୍ଛିନ୍ନ ରହିଛି । ମୋଟୁ ଓ ଚିନ୍ତୁର ଠାରେ ଶହ ଶହ ଗାଡି ଅଟକି ରହିଛି ।

ସେପଟେ ଗୋଦାବରୀ ନଦୀରେ କ୍ରମଶଃ ଜଳସ୍ତର ବୃଦ୍ଧି ପାଉଥିବାରୁ ମୋଟୁରେ ପୁଣି ଥରେ ବନ୍ୟା ଆଶଙ୍କା ରହିଛି । ରବିବାର ସକାଳେ ଗୋଦାବରୀ ନଦୀର ଭଦ୍ରାଚଲାମ ଠାରେ ଜଳ ସ୍ତର ୫୧ ଫୁଟ ରହିଥିବା ବେଳେ ସେଠାରେ ଏକ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଏହାକୁ ଦେଖି ମୋଟୁରେ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ସତର୍କ ସୂଚନା ଦିଆଯାଇଛି ।

Spread the love