ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ଅବସରରେ ଚଳିତ ବର୍ଷ ଓଡ଼ିଶାରୁ ୧୫ଜଣ ପୁଲିସ କର୍ମଚାରୀଙ୍କୁ ସେବା ପଦକ ମିଳିବ। ସେମାନଙ୍କ ମଧ୍ୟରୁ ୨ଜଣ ପୁଲିସ କର୍ମଚାରୀଙ୍କୁ ‘ସାହସିକତା ପୁଲିସ ପଦକ’, ‘୨ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତିଙ୍କ ପୁଲିସ ପଦକ’ ଏବଂ ‘୧୧ଜଣଙ୍କୁ ଗୁଣାତ୍ମକ ସେବା ପାଇଁ ପୁଲିସ ପଦକ’ ପାଇବାକୁ ମନୋନୀତ ହୋଇଛନ୍ତି।
ସାହସିକତା ପାଇଁ ଓଡ଼ିଶାରୁ ଯେଉଁ ଦୁଇଜଣ ପୁଲିସ ପଦକ ପାଇବେ ସେମାନେ ହେଲେ କମାଣ୍ଡୋ କୁମାର କର୍ମୀ ଓ କମାଣ୍ଡୋ ପୀତବାସ ପାଣ୍ଡେ।
ଏହାଛଡ଼ା, ଗୁଣାତ୍ମକ ସେବା ପାଇଁ ପୁଲିସ ପଦକ ପାଇଥିବା ୧୧ଜଣ ପୁଲିସ କର୍ମଚାରୀମାନେ ହେଉଛନ୍ତି, କଟକ ଭିଜିଲାନ୍ସ୍ ସେଲ୍ ନିର୍ଦେଶାଳୟର ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ପ୍ରକାଶ କୁମାର ନାଏକ, ଭୁବନେଶ୍ବର ‘ଏସ୍.ଟି.ଏଫ୍.’, ‘ସି.ଆଇ.ଡି.’, ‘ସି.ବି.’ର ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ସଚ୍ଚିଦାନନ୍ଦ ରଥ, ଭୁବନେଶ୍ବର ‘ବି.ପି.ଏସ୍.ପି.ଏ.’ର ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଗରୁପ୍ରସାଦ ଶିବଶଙ୍କର ନନ୍ଦ, ରାଉରକେଲା ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ବନୀତା ମାଝୀ, କଟକ ‘ସିଆଇଡି, ‘ସିବି’ର ପୁଲିସ ସବ୍-ଇନ୍ସପେକ୍ଟର୍ ଏନ୍. ତ୍ରିନାଥ ଡୋରା, ସମ୍ବଲପୁର ସ୍ପେସାଲ୍ ସ୍କ୍ବାଡ୍ର ସହକାରୀ ପୁଲିସ ସବ୍-ଇନ୍ସ୍ପେକ୍ଟର୍ ମହମ୍ମଦ୍ ଜାହାଙ୍ଗୀର, ଝାରସୁଗୁଡ଼ା ‘ଓଏସ୍ପି’ ୨ୟ ବାଟାଲିୟାନ୍ର ହାବିଲ୍ଦାର ବିଷ୍ଣୁ କୁମାର ବୁରା, ଅନଗୁଳର ଡ୍ରାଇଭର୍ ହାବିଲ୍ଦାର ହୃଷୀକେଶ ବାରିକ, କୋରାପୁଟର ‘ଏସ୍ଓଜି’, ‘ଏଇଟି’ ଏବଂ ‘ଆର୍.ସି.’ର ସହକାରୀ ଆର୍ମୌରର୍ ବସନ୍ତ କୁମାର ଡାକୁଆ, ସୁନ୍ଦରଗଡ଼ ‘ଡିଏଫ୍ଏସ୍ଏଲ୍’ର କନେଷ୍ଟବଳ ଅଞ୍ଜନ କୁମାର ମହାନ୍ତି ଓ କୋରାପୁଟ୍ ‘ଓଏସ୍ଏପି’ ୩ୟ ବାଟାଲିୟନ୍ର ସିପାହୀ ପ୍ରସାନ୍ତ ପରିଡ଼ା।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି