December 15, 2025

ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲା; IIC ନିଲମ୍ବିତ

 

ବୀରମିତ୍ରପୁର: କେବଳ ପୁରୀ ହାଜତ ମୃତ୍ୟୁ ମାମଲାରେ ନୁହେଁ, ସୁନ୍ଦରଗଡ଼ ବୀରମିତ୍ରପୁର ଘଟଣାରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୁରୀ  ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନୋଟିସ ପରେ  ରାଜ୍ୟ ସରକାର। ପୁରୀ ଏସ୍‌ପି ଅଖିଳେଶ୍ୱର ସିଂହଙ୍କୁ ବଦଳି କରିଛନ୍ତି। ଏଥିସହିତ ପୁରୀ ବାସେଳିସାହି ଥାନା ଏସ୍‌ଆଇଙ୍କ ସମେତ ୨ କନଷ୍ଟେବଲ ମଧ୍ୟ ନିଲମ୍ବିତ ହୋଇଛନ୍ତି।

ସେହିପରି  ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲାରେ ମଧ୍ୟ  ଥାନା IIC ସ୍ମୃତିପ୍ରଭା ପ୍ରଧାନଙ୍କୁ ନିଲମ୍ବିତ କରିଛନ୍ତି ଡିଜିପି। ଦାୟିତ୍ୱ ଏବଂ କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ଚିକିରିରୁ ନିଲମ୍ବନ ଆଦେଶ ଦେଇଛନ୍ତି ପୋଲିସ ଡିଜି । ଏ ନେଇ ଓଡ଼ିଶା ପୋଲିସ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।

 

Spread the love