July 27, 2024

Satya News

odia news channel

ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦେଲେ ଦୁର୍ବୃତ୍ତ

 

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଳକ୍‌ ଅନ୍ତର୍ଗତ ଖୁଣ୍ଟାକୋଟା ଗାଁରେ ଥିବା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ସୂଚନା ମଳିଛି। ଖବର ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ଗତ ଗୁରୁବାର ରାତିରେ ଏପରି କାଣ୍ଡ ଘଟିଥିବା ଜଣାପଡ଼ିଛି। କେହି ଦୁର୍ବୃତ୍ତ ଖୁଣ୍ଟାକୋଟା ଗାଁରେ ଆଦିବାସୀମାନେ ସ୍ଥାପନ କରିଥିବା ବିର୍ଷାମୁଣ୍ଡା ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି। ଯାହାକୁ ନେଇ  ଏବେ ଗାଁରେ ଚାପା ଉତ୍ତେଜନା ସହ ଆଦିବାସୀ ମାନେ ମେଳି କରୁଥିବା ଜଣାପଡ଼ିଛି।

ଏହି ଘଟଣାକୁ ନେଇ ଠାକୁରମୁଣ୍ଡା ଥାନାରେ ବିର୍ଷାମୁଣ୍ଡା ସେବା ସଙ୍ଗଠନ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

Spread the love