July 1, 2025

ଲଢ଼ି ପାରିବେନି ଦାଗୀ ନେତା ?

ଦାଗୀ ନେତାଙ୍କୁ ଟିକେଟ ଦିଆନଯାଉ: ସୁପ୍ରିମକୋର୍ଟଙ୍କୁ ଇସିଙ୍କ ଅନୁରୋଧ
ନୂଆଦିଲ୍ଲୀ: ଦାଗୀ ନେତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ରାଜନୈତିକ ଦଳଗୁଡିକ ଟିକେଟ ଦେବା ଉଚିତ ନୁହେଁ ବୋଲି ନିର୍ବାଚନ କମିଶନ (ଇସି) ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି । ଏହାସହ ଏ ସଂକ୍ରାନ୍ତରେ ଦଳଗୁଡ଼ିକ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି । ଆପରାଧିକ ପୃଷ୍ଠଭୂମିର ନେତାଙ୍କୁ ଟିକେଟ ଦିଆ ନଗଲେ ରାଜନୀତିକୁ ଅପରାଧମୁକ୍ତ କରିହେବ ବୋଲି ଇସି କହିଛନ୍ତି । 2019 ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ମୋଟ 7928 ପ୍ରାର୍ଥୀଙ୍କ ମଧ୍ୟରୁ 1500 ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଥିଲା। ତେବେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ନାକଚ ପରେ 342 ଜଣ ଆପରାଧିକ ପୃଷ୍ଠଭୂମି ରହିଥିବା ପ୍ରାର୍ଥୀ ଥିଲେ ବୋଲି କହିଛନ୍ତି ନିର୍ବାଚନ କମିଶନ । ଏପ୍ରକାର ଉତ୍ତର ପାଇବା ପରେ ସୁପ୍ରିମକୋର୍ଟ ବିଚାରପତି ଆର. ଏଫ. ନରିମାନ ଏବଂ ଜଷ୍ଟିସ ଏସ ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଦେଶର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜନୀତିରେ ଅପରାଧକୁ ରୋକିବାକୁ ହେଲେ କି କି ପଦକ୍ଷେପ ଜରୁରୀ ସେ ସମ୍ପର୍କରେ ଏକ ଫ୍ରେମୱାର୍କ ପ୍ରସ୍ତୁତ କରି ଆଗାମୀ ସପ୍ତାହକ ମଧ୍ୟରେ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିବା ପାଇଁ ନିର୍ବାଚନ କମିଶନଙ୍କୁ ନିର୍ଦେଶ ଦେଇଛନ୍ତି ।

Spread the love