January 23, 2026

ବଢ଼ିଚାଲିଛି ‘କୋଭିଡ-୧୯’ର ସଂକ୍ରମଣ: ଚୀନ୍‌ରେ ମୃତ୍ୟୁ ସଂଖ୍ୟା ୧୧୧୪କୁ ବୃଦ୍ଧି

ବେଜିଂ,୧୩/୨: କରୋନା ଭାଇରସ୍‌ ସଂକ୍ରମଣ ସାରାବିଶ୍ୱରେ ଏବେ ଆତଙ୍କ ଖେଳାଇ ଦେଇଥିଲାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଇତିମଧ୍ୟରେ ଏହାକୁ ସରକାରୀ ଭାବେ ‘କୋଭିଡ-୧୯’ ନାମରେ ନାମିତ କରିଛି। ଚୀନ୍ ସମେତ ୨୮ଟି ଦେଶରେ ଏହି ରୋଗର ସଂକ୍ରମଣ ଦେଖାଦେଇଛି। ଚୀନ୍‌ରେ ଏହି ଭୂତାଣୁ ସଂକ୍ରମଣରେ ମୃତ୍ୟୁସଂଖ୍ୟା ୧୧୧୪କୁ ବୃଦ୍ଧି ପାଇଛି। ଏ ସମ୍ପର୍କରେ ବୁଧବାର ଚୀନ୍ ସ୍ୱାସ୍ଥ୍ୟ କମିଶନ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ୨୦୧୫ ଜଣଙ୍କ ରକ୍ତ ନମୁନାରୁ ପଜିଟିଭ୍ ଜଣାପଡ଼ିଥିଲାବେଳେ ଗୋଟିଏ ଦିନରେ ଚୀନ୍‌ର ୩୧ଟି ପ୍ରଦେଶରେ ୯୭ ଜଣଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ସୁଦ୍ଧା ଏହି ଭାଇରସ ଦ୍ୱାରା ଚୀନ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୪୪,୬୫୩ରେ ପହଞ୍ଚିଛି। ଏହାବ୍ୟତୀତ ୧୬,୦୬୭ ଜଣ ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରାଯାଇଛି।

Spread the love