January 23, 2026

୧୬୦ ଏଆରଟେଲ୍ ପେମେଣ୍ଟ ବ୍ୟାଙ୍କ୍ କାଉଣ୍ଟର କାର୍ଯ୍ୟକ୍ଷମ କଲା ସେସୁ

ଭୁବନେଶ୍ୱର,୨୧/୧: ବିଜୁଳି ବିଲ୍‌ ପୈଠକରିବା ପାଇଁ ସେସୁ ଏୟାରଟେଲ୍‌ ସହବନ୍ଧନରେ କଟକ ଓ ଭୁବନେଶ୍ବରରେ ୧୬୦ ଏଆରଟେଲ୍ ପେମେଣ୍ଟ ବ୍ୟାଙ୍କ୍ କାଉଣ୍ଟରକୁ କାର୍ଯ୍ୟକ୍ଷମ କରିଛି। ଆଗକୁ ସେସୁ କାମ କରୁଥିବା ସମସ୍ତ ଜିଲ୍ଲାରେ ୧୦ ହଜାର କାଉଣ୍ଟର ଖୋଲାଯିବାକୁ ଯୋଜନା ରହିଥିବା ନେଇ ମହା ପ୍ରବନ୍ଧକ(ବାଣିଜ୍ୟିକ) ମନୋଜ ସିଂହ ସୂଚନା ଦେଇଛନ୍ତି। ସହିଦ ନଗରଠାରେ ଏକ କାଉଣ୍ଟରକୁ ଉଦ୍‌ଘାଟନ କରିବା ଅବସରରେ ସେ ଏହା ପ୍ରକାଶ କରିଛନ୍ତି। ଏଥିସହ ମୋବାଇଲ୍‌ ‘ଏୟାରଟେଲ୍‌ ପେମେଣ୍ଟ ବ୍ୟାଙ୍କ୍‌’ ଆପ୍‌ ଜରିଆରେ ମଧ୍ୟ ବିଜୁଳି ବିଲ୍ ଜମା କରିହେବ। ସୂଚନାଯୋଗ୍ୟ, କଟକ ଓ ଭୁବନେଶ୍ବରରେ ସେସୁର ୫୬ଟି କାଉଣ୍ଟର ରହିଥିବାବେଳେ ଏଠାରେ ବିଜୁଳି ବିଲ୍‌ ଜମାକରିବା ପାଇଁ ସମସ୍ୟା ହେଉଛି। ତେଣୁ ଆଉ ୧୬୦ କାଉଣ୍ଟର ଖୋଲିବା ପାଇଁ ସେସୁ-ଏୟାରଟେଲ୍‌ ସହବନ୍ଧିତ ହୋଇଛନ୍ତି।

Spread the love