March 28, 2025

ରମାଦେବୀ କଲେଜରେ ଉତ୍ତେଜନା

ଭୁବନେଶ୍ୱର,୨୧/୧: ଯୁକ୍ତଦୁଇ ପ୍ରଥମ ବର୍ଷ ପରୀକ୍ଷା କଡାକଡି କରାଯିବା ନିଷ୍ପତ୍ତି ବିରୋଧରେ ରମାଦେବୀ କଲେଜରେ ମଙ୍ଗଳବାର ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ବିରୋଧ କରି କଲେଜର ଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ରମାଦେବୀ ବିଶ୍ୱବିଦ୍ୟାଳୟ ଫାଟକରେ ତାଲା ପକାଇବା ସହ ବିଶ୍ୱବିଦ୍ୟାଳୟ ସମ୍ମୁଖ ରାସ୍ତାକୁ ଅବରୋଧ କରିଛନ୍ତି। ଏହି ନିଷ୍ପତ୍ତିକୁ ବାତିଲ କରିବାକୁ ସେମାନେ ଦାବି କରିଛନ୍ତି। ଏଭଳି ନିଷ୍ପତ୍ତି ପରୀକ୍ଷାର ମାସେ ପୂର୍ବରୁ କାହିଁକି ନେଲେ ବୋଲି ଆନ୍ଦୋଳନକାରୀ ଛାତ୍ରୀମାନେ ପ୍ରଶ୍ନ ଉଠାଇଛନ୍ତି। ଫେବୃଆରୀରେ ପରୀକ୍ଷା ହେବାକୁ ଥିବାବେଳେ ହଠାତ ଜାନୁଆରୀରେ ଏମିତି ଘୋଷଣା କରିବା ଉଚିତ ନୁହେଁ ବୋଲି ସେମାନେ ପ୍ରକାଶ କରିବା ସହ ଏହି ନିଷ୍ପତ୍ତିକୁ ସରକାର ଲାଗୁ କରିବାକୁ ଚାହୁଁଥିଲେ ଏପ୍ରିଲ ମାସରେ ପ୍ରଥମ ବର୍ଷ ପରୀକ୍ଷା ହେଉ ବୋଲି ଦାବି କରିଛନ୍ତି। ସୂଚନାଯୋଗ୍ୟ, ଚଳିତବର୍ଷଠାରୁ +୨ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ୩୩ ପ୍ରତିଶତ ମାର୍କ ନରଖିଲେ ଦ୍ୱିତୀୟ ବର୍ଷକୁ ଯାଇପାରିବେ ନାହିଁ ବୋଲି ଗତ ୧୪ ତାରିଖରେ ଗଣଶିକ୍ଷା ମନ୍ତ୍ରୀ ଘୋଷଣା କରିଥିଲେ। ତେବେ ଘଟଣାସ୍ଥଳରେ କଲେଜ ଅଧ୍ୟକ୍ଷ ପହଞ୍ଚିି ଛାତ୍ରୀଙ୍କୁ ବୁଝାସୁଝା କରିବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

Spread the love