July 26, 2024

Satya News

odia news channel

ଚାଷୀଙ୍କ ଭାରତ ବନ୍ଦ ଡାକରାକୁ ସମର୍ଥନ ଦେବ କଂଗ୍ରେସ ।

 

ଭୁବନେଶ୍ୱର/ ନୂଆଦିଲ୍ଲୀ  : ଦିଲ୍ଲୀ ସୀମାରେ ଚାଲିଥିବା କୃଷକଙ୍କ ଆନ୍ଦେ।ଳନରେ ସମର୍ଥନ ବଢ଼ିବାରେ ଲାଗିଛି । ଡିସେମ୍ବର ୫ରେ କେନ୍ଦ୍ର ସରକାରଙ୍କ ସହ ଚାଷୀଙ୍କ ଆଲେ।ଚନା ବିଫଳ ପରେ ଆନ୍ଦେ।ଳନକୁ ଆହୁରି ମଜଭୁତ କରିବାକୁ ଚେଷ୍ଟା ଚଳାଇଛନ୍ତି ଚାଷୀ ସଂଗଠନ । ଆସନ୍ତାକାଲି ଚାଷୀ ସଂଗଠନ ଭାରତ ବନ୍ଦ ଡାକରା ଦେଇଥିବାବେଳେ ଏହାକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ଚାଷୀଙ୍କୁ ସମର୍ଥନ ଜଣାଇ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଅ। ଚାଷୀଙ୍କ ଆନ୍ଦେ।ଳନ ସ୍ଥଳ ସିଙ୍ଘୁରେ ପହଞ୍ଚି ଆଲେ।ଚନା କରିଥିବା ନେଇ ସୂଚନା ମିଳିଛି ।

ଦିଲ୍ଲୀ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ହୋଇଥିବା ବ୍ୟବସ୍ଥାର ତଦାରଖ କରିଛନ୍ତି କେଜ୍ରିଓ୍ୱାଲ । କଂଗ୍ରେସ ଓ ଅନ୍ୟ ସଂଗଠନଗୁଡ଼ିକ ମଧ୍ୟ ଚାଷୀଙ୍କ ଆନ୍ଦେ।ଳନକୁ ସମର୍ଥନ ଜଣାଇଛନ୍ତି। ତୁରନ୍ତ ସଂସଦର ଅଧିବେଶନ ଡାକି କୃଷି ବିଲ୍ ଉଚ୍ଛେଦ କରିବାକୁ କଂଗ୍ରେସ ଦାବି କରିଛି । ସେପଟେ ୯ରେ  ପୁଣି ଥରେ ସରକାର ଓ ଚାଷୀ ସଂଗଠନର ପ୍ରତିନିଧିମାନଙ୍କ ସହ କୃଷି ଆଇନ ଓ ଚାଷୀଙ୍କ ଆନ୍ଦେ।ଳନ ସମ୍ପର୍କରେ ଆଲେ।ଚନା ହେବ  ।

ଏପଟେ ଆସନ୍ତାକାଲି କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ କଂଗ୍ରେସ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରିବ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏହି ସୂଚନା ଦେଇଛନ୍ତି। ଜିଲ୍ଲା ସ୍ତରରେ ପ୍ରତିବାଦ ସହ ପ୍ରମୁଖ ସ୍ଥାନରେ ରାସ୍ତା ବନ୍ଦ କରାଯିବ ।  କଂଗ୍ରେସର ସମସ୍ତ ନେତା ଭାରତ ବନ୍ଦରେ ସାମିଲ ହେବେ ବୋଲି ନିରଞ୍ଜନ କହିଛନ୍ତି । ସେପଟେ ବିଜେପି କହିଛି, ବାମପନ୍ଥୀ ଦଳ ଓ କଂଗ୍ରେସ କିଛି ଚାଷୀଙ୍କୁ ବିଭ୍ରାନ୍ତ କରି ଆନ୍ଦେ।ଳନ କରାଉଛନ୍ତି ।

ନୂଆ କୃଷି ଆଇନ ଦ୍ୱାରା ଚାଷୀମାନେ ଉପକୃତ ହେବେ ବୋଲି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି । ଏହାସହ ରାଜ୍ୟରେ ଭାରତ ବନ୍ଦ ଡାକରା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର  । ସେ କହିଛନ୍ତି ଯେ, ବନ୍ଦକୁ ଦଳ ସମର୍ଥନ ଦେବ କି ନାହିଁ ତାହା ନିଜେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । କିନ୍ତୁ ଚାଷୀଙ୍କ ସମସ୍ୟା ପ୍ରତି ଆମର ରାଜନୈତିକ ସମର୍ଥନ ରହିଥିବା ବିଜେଡି ସ୍ପଷ୍ଟ କରିଛି ।

Spread the love