January 23, 2026

ଏସସିବିର ଦ୍ୱିତୀୟ କ୍ୟାମ୍ପସ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

କଟକ,୨୩/୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଟକ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ କଟକର ଓଡ଼ିଆ ବଜାରସ୍ଥିତ ସଂଗ୍ରହାଳୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ବିଭିନ୍ନ ପ୍ରକଳ୍ପର ଘୋଷଣା କରିଛନ୍ତି। ଏହାପରେ ମହାନଦୀ ହାଡ଼ିଆପଠାରେ ପ୍ରସ୍ତାବିତ ଏସସିବିର ଦ୍ୱିତୀୟ କ୍ୟାମ୍ପସ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ସହ ଏହି ମେଡିକାଲ୍ ବିଶ୍ୱସ୍ତରୀୟ ହେବବୋଲି ଘୋଷଣା କରିଛନ୍ତି। ମାର୍ଚ୍ଚ ମାସରୁ ଏଥିପାଇଁ କାର୍ଯ୍ୟାରମ୍ଭ ହେବ ବୋଲି ସେ ସୂଚନାଦେବା ସହ ଏ ନେଇ ଲୋକଙ୍କ ମତ ସଂଗ୍ରହ କରାଯିବ ବୋଲି କହିଛନ୍ତି। କଟକର ରିଂ ରୋଡ୍ ୬ ଲେନ୍ ବିଶିଷ୍ଟ ହେବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମହାନଦୀ ପଠାରେ ୪୨୧ ଏକର ଜମିରେ କ୍ରୀଡ଼ା, ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ ହେବ। ପ୍ରଶସ୍ତ ରାସ୍ତା, ଉଦ୍ୟାନ, ସବୁଜିକରଣ ଓ ପାର୍କିଂକୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିଲେ। ତେବେ ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ସମସ୍ତ ମନ୍ତ୍ରୀ, ବିଧାୟକ ଏବଂ ବିଭାଗୀୟ ସଚିବଙ୍କ ସହ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଉପସ୍ଥିତ ଥିଲେ।

Spread the love