March 22, 2025

ଏସସିବିକୁ ବିଶ୍ୱସ୍ତରୀୟ କରିବାକୁ ପ୍ରକ୍ରିୟା ଆରମ୍ଭ

କଟକ,୨୩/୧: କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ(ଏସସିବି) ମିଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଟକ ଗସ୍ତ ଅବସରରେ ଏହି ପ୍ରସ୍ତାବର ସମୀକ୍ଷା କରିବେ। ଏହାପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ଫେବ୍ରୁଆରୀ ସୁଦ୍ଧା ଜମି ଅଧିଗ୍ରହଣ କରାଯାଇ ମାର୍ଚ୍ଚ ପହିଲାରୁ କାମ ଆରମ୍ଭ ହୋଇଯିବ। ବୁଧବାର ସକାଳେ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଏସସିବି ଗସ୍ତପରେ ଏହାର ବିଶ୍ୱସ୍ତରୀୟ କାର୍ଯ୍ୟ ତ୍ୱରାନିତ ହୋଇଛି। ଜମି ଅଧିଗ୍ରହଣ ନେଇ ଜିଲ୍ଲାପାଳ ଓ ଆରଡିସି ପ୍ରସ୍ତାବ ଦେବାକୁ ଧାର୍ଯ୍ୟ ହୋଇଥିବାବେଳେ ଏଥିରୁ ୨୫ ଏକର ଜମି ସରକାରଙ୍କ ହାତକୁ ଆସିବ। ଏଥିପାଇଁ ୧୩ ଡାକ୍ତରଙ୍କ ସରକାରୀ ଘର ହଟାଯିବ। କ୍ଷତିଗ୍ରସ୍ତ ଡାକ୍ତର ଓ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ବ୍ୟବସ୍ଥା କରାଯାଇଛି। ତାଳଦଣ୍ଡା କେନାଲ-ଡାକ୍ତରଖାନା ରାସ୍ତା ୩ ଲେନ୍‌ ବିଶିଷ୍ଟ ହେବାସହ ଯାତାୟାତରେ ସୁବିଧା ପାଇଁ ୨ଟି ଓଭରବ୍ରିଜ୍‌ ତିଆରି କରାଯିବ। ତେବେ ଏସସିବିର ନବକଳେବର ପାଇଁ ୧୫ ଶହ କୋଟିର ବ୍ୟୟ ଅଟକଳ କରାଯାଇଛି।

Spread the love