ଭୁବନେଶ୍ୱର,୨୩/୧: ବର୍ଷ ୨୦୧୯ ନିମନ୍ତେ ରାଜ୍ୟର ୧୪ ପୋଲିସ କର୍ମଚାରୀ ପାଇବେ ରାଜ୍ୟପାଳ ପଦକ। ଆଇନ ଶୃଙ୍ଖଳା ରକ୍ଷା, ସତର୍କତା ଓ ଅନ୍ୟାନ୍ୟ ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ସରକାର ଏହି କର୍ମଚାରୀଙ୍କ ନାମ ରାଜ୍ୟପାଳ ପଦକ ପାଇଁ ସୁପାରିଶ କରିଛନ୍ତି। ଆସନ୍ତା ଜାନୁଆରୀ ୨୬ ତାରିଖରେ ରାଜ୍ୟପାଳ ଗଣେଶି ଲାଲ ସେମାନଙ୍କୁ ପଦକ ପ୍ରଦାନ କରିବେ। ପଦକ ପାଇବାକୁ ଥିବା ପୋଲିସ କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ଆଇପିଏସ ବିନୟତୋଶ ମିଶ୍ର, ଆଇପିଏସ ରେଖା ଲୋହାନି, ଆଇପିଏସ ଡ. ଉମାଶଙ୍କର ଦାଶ ଏବଂ ଆଇପିଏସ ଅଖିଳେଶ୍ୱର ସିଂ। ଅନ୍ୟମାନଙ୍କ ମଧ୍ୟରେ ସରୋଜ କୁମାର ସାମଲ, ହରିବନ୍ଧୁ ଭତ୍ରା, ପ୍ରନିତ କୁମାର ରାୟ, ସୁଭାଷଚନ୍ଦ୍ର ନାୟକ, ବୁଦ୍ଧି ବାହାଦୂର ଥାପା, ବୁଦ୍ଧ ସିଂ ଗୁରୁଙ୍ଗ, ସେରୋାଜ କୁମାର ଭୋଇ, ରଥ ଲାକ୍ରା, ପ୍ରତିମା ରାଉତ ଓ ସୁଶାନ୍ତ କୁମାର ମାଝୀଙ୍କୁ ମଧ୍ୟ ରାଜ୍ୟପାଳ ଏହି ପଦକ ପ୍ରଦାନ କରିବେ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍