July 22, 2024

Satya News

odia news channel

ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

 

ଲମତାପୁଟ: ଗୋଟିଏ ରାତିରେ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରୁ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ମାଛକୁଣ୍ଡ ଓ ପାଡୁଆ ପୋଲିସ୍। ପାଖାପାଖି ୪୦ଟି ଗଞ୍ଜେଇ ଭର୍ତ୍ତି ବସ୍ତା ଜବତ କରିଛି ପୋଲିସ୍‌।

କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶରେ ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ଲମତାପୁଟ, ମାଛକୁଣ୍ଡ ଓ ଜଲାପୁଟ ପୋଲିସ୍‌ କୋରାପୁଟ-ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ହନୁମାଲ ଗାଁର ଜଣେ ଘରେ ଗଞ୍ଜେଇ ରହିଥିବା ସୂଚନା ପାଇଥିଲେ। ଘରେ ସର୍ଚ୍ଚ କରିବାରୁ ପୋଲିସ୍‌ ୨୭ ବସ୍ତାରୁ ଊର୍ଦ୍ଧ୍ୱ ଗଞ୍ଜେଇ ବସ୍ତା ଜବତ କରିଥିଲା। ଜବତ ହୋଇଥିବା ୮ କ୍ୱିଣ୍ଟାଲ୍ ‌୧୩ କେଜି ୭୦୦ ଗ୍ରାମ୍‌ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କାରୁ  ଅଧିକ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହାର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ ସୂଚନା ଦେଇଛି।

Spread the love