October 30, 2024

Satya News

odia news channel

ବିଶ୍ୱ ଅର୍ଥନୈତିକ ମଞ୍ଚରେ କହିବେ ଦୀପିକା ପାଦୁକୋଣ

ବିଶ୍ୱ ଅର୍ଥନୈତିକ ମଞ୍ଚରେ କହିବେ ଦୀପିକା ପାଦୁକୋଣ

ନୂଆଦିଲ୍ଲୀ,୬।୧: ସାରା ବିଶ୍ୱର ନେତା ଚଳିତ ମାସ ଦ୍ୱିତୀୟାର୍ଦ୍ଧରେ ସୁଇଜରଲାଣ୍ଡର ଦାବୋସରେ ଉତ୍ତମ ବିଶ୍ୱ ଉପରେ ଚର୍ଚ୍ଚା କରିବା ପାଇଁ ଏକତ୍ରିତ ହେବେ । ଏହି ସମୟରେ ଆଲୋଚନା ପାଇଁ ଚୟନ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ମଧ୍ୟରେ ରହିଛି ମାନସିକ ସ୍ୱାସ୍ଥ୍ୟ । ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ଏହି ବିଷୟରେ ନିଜ ମତ ରଖିବେ । ଇଶା ଫାଉଣ୍ଡେଶନର ପ୍ରତିଷ୍ଠାତା ସଦଗୁରୁ ଜଗୀ ବାସୁଦେବ ଏହି ସମାରୋହରେ ପ୍ରାତଃକାଳୀନ ଧ୍ୟାନ ଅଧିବେଶନର ପରିଚାଳନା କରିବେ ।
ଜାନୁୟାରୀ ୨୦ରେ ଆରମ୍ଭ ହେବ ୫୦ତମ ବାର୍ଷିକ ବୈଠକ: ବିଶ୍ୱ ଅର୍ଥନୈତିକ ମଞ୍ଚ ବା ୱାର୍ଲ୍ଡ ଇକୋନୋମିକ ଫୋରମ (ଡବ୍ଲୁଇଏଫ)ର ୫୦ତମ ବାର୍ଷିକ ବୈଠକ ଦାବୋସରେ ଜାନୁୟାରୀ ୨୦ରେ ଆରମ୍ଭ ହେବ । ଏଥିରେ ବିଶ୍ୱସ୍ତରୀୟ ବ୍ୟବସାୟୀ, ଶିଳ୍ପପତି ଓ ରାଜନେତାଙ୍କ ସହ ଭାରତରୁ ମଧ୍ୟ ଶତାଧିକ ଉଦ୍ୟୋକ୍ତା ଓ ରାଜନେତା ସାମିଲ ହୋଇ ଅର୍ଥନୈତିକ ତଥା ରାଜନୈତିକ ପ୍ରସଙ୍ଗରେ ଆଲୋଚନା କରିିବେ । ଏହି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଜର୍ମାନୀ ଚାନ୍ସଲର ଏଞ୍ଜେଲା ମର୍କେଲ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆଫଗାନିସ୍ତାନ, ଆୟର୍ଲାଣ୍ଡ, ବ୍ରାଜିଲ, ଇରାକ, ସିଙ୍ଗାପୁର ସମେତ ଅନ୍ୟ ଦେଶଗୁଡ଼ିକର ରାଷ୍ଟ୍ରପତି/ପ୍ରଧାନମନ୍ତ୍ରୀ ସାମିଲ ହୋଇପାରନ୍ତି ।
ପୀୟୂଷ ଗୋୟଲ ଓ ୧୦୦ରୁ ଅଧିକ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମଧ୍ୟ ଯୋଗଦେବେ: ଭାରତରୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଓ ମନସୁଖ ମଣ୍ଡାଭିୟା ଏବଂ ୩ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, କମଲନାଥ ଏବଂ ବି.ଏସ୍. ୟେଦିୟୁରପ୍ପାଙ୍କ ସମେତ ୧୦୦ରୁ ଅଧିକ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଥିରେ ଭାଗନେବେ । ୨୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମାରୋହରେ ଗୌତମ ଅଡାଣୀ, ମୁକେଶ ଅମ୍ବାନୀ ଓ ରାହୁଲ ବଜାଜଙ୍କ ଭଳି ବିଜନେସ ଲିଡର ମଧ୍ୟ ଯୋଗଦେବେ ।
Spread the love