July 27, 2024

Satya News

odia news channel

ହଟିଲେ ଦିଲ୍ଲୀ ଡିସିପି ଚିନ୍ମୟ ବିଶ୍ୱାଳ

ନୂଆଦିଲ୍ଲୀ,୩/୨: ତିନିଦିନ ଭିତରେ ଜାମିଆ ବିଶ୍ୱବିଦ୍ୟାଳୟ ନିକଟ ଓ ଶାହିନବାଗରେ ଗୁଳିକାଣ୍ଡ ଘଟିଥିବାରୁ ନିର୍ବାଚନ କମିଶନ(ଇସି) ଦିଲ୍ଲୀର ଦକ୍ଷିଣ-ପୂର୍ବ ଡିସିପି ଚିନ୍ମୟ ବିଶ୍ୱାଳଙ୍କୁ ହଟାଇବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଇସିଙ୍କ ନିର୍ଦ୍ଦେଶ ଅନୁଯାୟୀ ଦକ୍ଷିଣ-ପୂର୍ବ ଅତିରିକ୍ତ ଡିସିପି କୁମାର ଜ୍ଞାନେଶଙ୍କୁ ଡିସିପି ଦାୟିତ୍ୱ ପ୍ରଦାନ କରାଯାଇଛି। ଉଭୟ ଜାମିଆ ମିଲିଆ ଓ ଶାହିନବାଗ ଦକ୍ଷିଣ-ପୂର୍ବ ଦିଲ୍ଲୀ ବିଧାନସଭା ଆସନ ଅନ୍ତର୍ଗତ ହୋଇଥିବାରୁ ନିର୍ବାଚନ କମିଶନ ୨୦୦୮ ଆଇପିଏସ୍ ବ୍ୟାଚ ଚିନ୍ମୟ ବିଶ୍ୱାଳଙ୍କ କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Spread the love