April 19, 2025

ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ,୭/୧: ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବା ସହ ୧୧ରେ ଫଳାଫଳ ଘୋଷଣା ହେବ। ଏ ନେଇ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ସୋମବାର ଘୋଷଣା କରିଛନ୍ତି। ମୋଟ ୭୦ଟି ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଥିବାବେଳେ ଦିଲ୍ଲୀରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ନିର୍ବାଚନ କମିଶନରଙ୍କ ଘୋଷଣା ଅନୁଯାୟୀ, ଜାନୁଆରୀ ୧୪ରେ ଏ ନେଇ ବିଧିବିଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ୨୧ ତାରିଖ ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ତାରିଖ ହୋଇଥିବାବେଳେ ଜାନୁଆରୀ ୨୪ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ। ମୋଟ୍ ୨୬୮୯ଟି ସ୍ଥାନରେ ଭୋଟ ଗ୍ରହଣ କରାଯିବ। ୧୩,୭୫୭ଟି ସ୍ଥାନରେ ପୋଲିଂ ବୁଥ୍ ହେଉଥିବାବେଳେ ୯୦ ହଜାର କର୍ମଚାରୀ ନିର୍ବାଚନ ପ୍ରକ୍ରିୟାରେ ସାମିଲ୍ ହେବେ। ସୂଚନାଯୋଗ୍ୟ, ଦିଲ୍ଲୀରେ ୧ କୋଟି ୪୬ ଲକ୍ଷ ଭୋଟର ରହିଛନ୍ତି। ବରିଷ୍ଠଙ୍କ ପାଇଁ ନିର୍ବାଚନ କମିଶନଙ୍କ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି।

Spread the love