October 18, 2024

Satya News

odia news channel

ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଶୋଭାଯାତ୍ରା

 

ଯାଜପୁର : ଦିଲ୍ଲୀରେ ଚାଲିଥିବା ଐତିହାସିକ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଆଜି ଏସ ୟୁ ସି ଆଇ (କମ୍ୟୁନିଷ୍ଟ ),ଅଲ ଇଣ୍ଡିଆ  ଡି ଏସ ଓ , ଅଲ ଇଣ୍ଡିଆ ଡି ୱାଇ ଓ, ଏ  ଆଇ ୟୁ ଟି ୟୁ ସି  ଓ ଏ ଆଇ କେ କେ ଏମ  ଏସ  ପକ୍ଷରୁ ଏକ ଶୋଭାଯାତ୍ରା ସ୍ଥାନୀୟ ଗୋପବନ୍ଧୁ ଛକରୁ ବାହାରିଥିଲା

କେନ୍ଦ୍ର ବିଜେପି ସରକାରଙ୍କ ପୁଞ୍ଜିପତି ଓ କର୍ପୋରେଟ ହାଉସଙ୍କ ସ୍ୱାର୍ଥରେ କାର୍ଯ୍ୟ କରୁଥିବାରୁ ନୂତନ କୃଷି ନୀତିକୁ ପ୍ରତ୍ୟାହାର କରିବା, ଘରୋଇ ମଣ୍ଡି ଆଇନ ବାତିଲ କରିବା, 1955 ମସିହା ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ସଂଶୋଧନ ବାତିଲ କରିବା, କୃଷକ ମାରଣ ନୀତି ଆଦି ବନ୍ଦ କରିବା ଦାବିରେ ବିଭିନ୍ନ ନାରାବାଜି କରି ମିଳିତ ସଂଗଠନର ସଦସ୍ୟମାନେ ବଜାର ପରିକ୍ରମା କରିଥିଲେ ା

 

ଏହା ପରେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ପ୍ରତିବାଦ କରିଥିଲେ।  ଏ ଆଇ ୟୁ ଟି ୟୁ ସି ର ରାଜ୍ୟ କମିଟି ସଭ୍ୟ କମ୍ରେଡ ସୁରେଶ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ।

ଏହାପରେ ଶୋଭାଯାତ୍ରା ଗୋପବନ୍ଧୁ ଛକ ଠାରେ ପହଂଚି ଥିଲା। ସେଠାରେ ଏଆଇ ଡି ୱାଇ ଓ ଓଡିଶା ରାଜ୍ୟ ସଭାପତି କମ୍ରେଡ ବିଜୟାନନ୍ଦ ମଲ୍ଲିକ ଙ୍କ ସଭାପତିତ୍ବ ରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।

ଏହି ପ୍ରତିବାଦ ସଭାରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ )ଓଡିଶା ରାଜ୍ୟ କମିଟି ସଭ୍ୟ କମ୍ରେଡ କେଦାରନାଥ ସାହୁ, ଦାନଗଦି ଲୋକାଲ କମିଟି ସମ୍ପାଦକ ବିଜୟ ଜେନା, କୋରେଇ ଲୋକାଲ କମିଟି ସମ୍ପାଦକ ମେଘନାଦ ମଲ୍ଲିକ ,ଏ ଆଇ ୟୁ ଟି ୟୁ ସି ରାଜ୍ୟ କମିଟି ସଭ୍ୟ ରାଜକିଶୋର ମହାନ୍ତ ,ଏ ଆଇ କେ କେ ଏମ ଏସ ଜିଲ୍ଲା କମିଟି ସଭ୍ୟ ନୃସିଂହ ମହାନ୍ତ, ହୂରଷିକେଶ ସିଂ,ରାଧାକାନ୍ତ ଜେନା, ଅଲେଖ ମଲ୍ଲିକ  ଶରତ ଜେନା,ବିମଳ ମୁଣ୍ଡା  ପ୍ରଭୃତି କେନ୍ଦ୍ର ସରକାରଙ୍କର କୃଷିମାରଣ ନୀତିର ତୀବ୍ର ସମାଲୋଚନା କରିଥିଲେ l

ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବାକୁ ବକ୍ତାମାନେ ସାଧାରଣ ଲୋକଙ୍କୁ ଆହ୍ୱାନ କରିଥିଲେ

ଯାଜପୁରରୁ  ଚକ୍ରଧର ଦାସଙ୍କ ରିପୋର୍ଟ,ସତ୍ୟ ନ୍ୟୁଜ୍‌ ଟୋଂଟି ଫୋର୍‌

Spread the love