July 27, 2024

Satya News

odia news channel

ମାଟିରେ ମିଶିଲା ପ୍ରାସାଦ

କେରଳର କୋଚିସ୍ଥିତ ମରାଡ଼ୁ ମ୍ୟୁନିସିପାଲିଟିରେ ବେଆଇନ ଭାବେ ନିର୍ମିତ ଜୈନ କୋରାଲ କୋଭ ଆପାର୍ଟମେଣ୍ଟକୁ ପ୍ରଶାସନ ପକ୍ଷରୁ ବିସ୍ଫୋରଣ କରି ଭଙ୍ଗାଯାଇଛି l କୋଷ୍ଟାଲ ରେଗୁଲେସନ ଜୋନ ନିୟମ ଉଲ୍ଲଂଘନ କରୁଥିବା ଏହି ବିଶାଳ ଅଟ୍ଟାଳିକାକୁ ହଟାଇବା ପାଇଁ ଚାରି ମାସ ତଳେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ l

ମାଟିରେ ମିଶିଲା ୪ ପ୍ରାସାଦ

କୋଚି: ଶନିବାର ଓ ରବିବାର ଦୁଇଦିନରେ ୪ ବେଆଇନ ପ୍ରାସାଦକୁ ମାଟିରେ ମିଶାଇ ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କେରଳ ସରକାର ଓ କୋଚି ପ୍ରଶାସନ ଏଭଳି ବେଆଇନ ସୌଧକୁ ଉଚ୍ଛେଦ କରିଛନ୍ତି। ଦକ୍ଷିଣ ଆଫ୍ରିକାର ଏକ ସଂସ୍ଥା ବିସ୍ଫୋରଣ ଘଟାଇ ୩ ସେକେଣ୍ଡ ଭିତରେ ବିରାଟ ପ୍ରାସାଦକୁ ମାଟିରେ ମିଶାଇ ଦେଇଛି। ମରାଡୁ ନଗର ନିଗମ ଅଞ୍ଚଳରେ ଥିବା ୫୫ ମିଟର ଉଚ୍ଚ ବିଶିଷ୍ଟ ଜୈନ୍ କୋରଲ୍ କୋଭକୁ ରବିବାର ଦିନ ୧୧ଟା ୩ରେ ବିସ୍ଫୋଟକ ଦ୍ୱାରା ଧ୍ୱଂସ କରାଯାଇଥିଲା। ଏଥିପାଇଁ ଘଟଣାସ୍ଥଳର ୨ଶହ ମିଟର ଅଞ୍ଚଳରୁ ଲୋକଙ୍କୁ ବାହାର କରିଦିଆଯାଇଥିଲା। ସମସ୍ତ ପ୍ରକାର ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଅାଯାଇଥିଲା। ସେହିପରି ସମ ଉଚ୍ଚ ବିଶିଷ୍ଟ ଆଉଏକ ବେଆଇନ କୋଠା ମଧ୍ୟ ଉଚ୍ଛେଦ କରାଯିବା ପରେ ଶନିବାର ୨କୁ ମିଶାଇ ମୋଟ ୪ ବେଆଇନ ସୌଧକୁ ଉଚ୍ଛେଦ କରାଯାଇଥିଲା। ଶନିବାର ୭୦ ହଜାର ଟନ୍ ଧ୍ୱଂସାବଶେଷ ବାହାରିଥିବା ବେଳେ ରବିବାର ମଧ୍ୟ ବିପୁଳ ଆବର୍ଜନା ସୃଷ୍ଟି ହୋଇଛି। ସେସବୁ ସଫା କରିବାକୁ ପ୍ରାୟ ୪ ମାସ ଲାଗିଯିବ ବୋଲି କୁହାଯାଉଛି। କୋଷ୍ଟାଲ୍ ରେଗୁଲେସନ୍ ଜୋନ୍ (ସିଆରଜେଡ୍) ଉଲ୍ଲଂଘନ କରି ସମ୍ପୃକ୍ତ ୪ ସୌଧ ନିର୍ମାଣ ହୋଇଥିଲା। ତେଣୁ ସୁପ୍ରିମକୋର୍ଟଙ୍କ ଅନୁମତିରେ ଉଚ୍ଛେଦ କରିଦିଆଯାଇଛି।

Spread the love