March 13, 2026

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର,୧୫/୧: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ନିଯୁକ୍ତି କ୍ଷେତ୍ରରେ ଓବିସି ଓ ଏସିବିସିଙ୍କ ପାଇଁ ଅଧିକ ସ୍ଥାନ ସଂରକ୍ଷଣ କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିସହ ଶିକ୍ଷା କ୍ଷେତ୍ରରେ ଅଧିକ ସ୍ଥାନ ସଂରକ୍ଷଣ ପାଇଁ ସେ ଚିଠିରେ ଉଲ୍ଲେଖ କରିବା ସହ ଏଥିପାଇଁ ତ୍ୱରିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାର ପଛୁଆ ବର୍ଗଙ୍କୁ ୨୭% ସଂରକ୍ଷଣ ଦେଇଥିବାବେଳେ ରାଜ୍ୟରେ ଅଦ୍ୟାବଧି ପଛୁଆ ବର୍ଗଙ୍କ କମିସନ ଗଠନ ହୋଇନି। ପଛୁଆ ବର୍ଗଙ୍କ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ନଥିବା ଏହା ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି।

Spread the love