April 11, 2025

୩୧ରୁ ଭୁବନେଶ୍ୱରରୁ ବାରାଣସୀକୁ ସିଧାସଳଖ ଉଡ଼ିବ ବିମାନ

ଭୁବନେଶ୍ୱର,୨୮/୧: ଜାନୁଆରୀ ୩୧ରୁ ଭୁବନେଶ୍ଵରରୁ ସିଧାସଳଖ ବାରାଣସୀକୁ ବିମାନ ସେବା ଆରମ୍ଭ ହେବ। ଏଲାଏନ୍ସ ଏୟାର ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବାକୁ ଥିବାବେଳେ ୭୦ ସିଟ୍ ବିଶିଷ୍ଟ ଏୟାର ବିମାନ ସବୁଦିନ ଉଡ଼ିବ। ଏ ନେଇ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦେଶକ ଭିଭି ରାଓ ସୂଚନା ଦେଇଛନ୍ତି। ଏହି ବିମାନ ଯାତ୍ରାର ସୁବିଧା ମାତ୍ର ୩,୪୭୦ ଟଙ୍କାରେ ମିଳିବ। ଭୁବନେଶ୍ୱରରୁ ବିମାନ ଅପରାହ୍ଣ ୧୨ଟା ୧୫ରେ ଛାଡ଼ି ୨ଟା ୫ରେ ବାରାଣସୀରେ ପହଞ୍ଚିବ ଏବଂ ବାରାଣସୀରୁ ପୁଣି ୨ଟା ୩୦ରେ ଉଡ଼ାଣ ଆରମ୍ଭ କରି ୪ଟା ୨୦ରେ ଭୁବନେଶ୍ଵରରେ ପହଞ୍ଚିବ।

Spread the love