February 17, 2026

କରୋନା ଚିନ୍ତା: ସିଡିଏମ୍ଓଙ୍କ ସହ ସ୍ୱାସ୍ଥ୍ୟ ସଚିବଙ୍କ ଜରୁରୀ ଆଲୋଚନା

ଭୁବନେଶ୍ୱର,୨୮/୧: ବିଶ୍ୱବାସୀଙ୍କୁ ଏବେ ଘାରିଛି କରୋନା ଭୂତାଣୁ ଚିନ୍ତା। ଓଡ଼ିଶା ସରକାର ଏବଂ ପ୍ରଶାସନ ପକ୍ଷରୁ ମଧ୍ୟ ଏଥିପାଇଁ ତତ୍ପରତା ପ୍ରକାଶ ପାଇଛି। ଏହାର ମୁକାବିଲା ପାଇଁ ମଙ୍ଗଳବାର ସବୁ ଜିଲ୍ଲାର ସିଡିଏମଓଙ୍କ ସହ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଆଲୋଚନା କରିଛନ୍ତି। ଏହି ଭୂତାଣୁ ପାଇଁ ଜିଲ୍ଲା ମେଡିକାଲ କିପରି ପ୍ରସ୍ତୁତ ରହିଛି ଓ କରୋନା ଲକ୍ଷଣ ଦେଖାଦେଲେ କିଭଳି ବ୍ୟବସ୍ଥା ଗ୍ରହଣ କରାଯିବ ସେ ସଂକ୍ରାନ୍ତରେ ସଚିବ ଆଲୋଚନା କରିଛନ୍ତି। ସଚିବ ଶ୍ରୀ ଧଳ କହିଛନ୍ତି, ଆଜି ସୁଦ୍ଧା ୧୨ଟି ଦେଶରୁ ୪,୫୬୫ ସମ୍ଭାବ୍ୟ ସଂକ୍ରମଣ ସୂଚନା ଆସିଛି। କେବଳ ଚୀନରେ ୧୦୬ ଜଣ ମରିଛନ୍ତି। ଅନ୍ୟପକ୍ଷରେ ଚୀନରୁ ଫେରିଥିବା କାକଟପୁର ଯୁବକଙ୍କ ଶରୀରରେ କେବଳ ଥଣ୍ଡା ଲକ୍ଷଣ ଦେଖାଯାଇଛି। ଏହାବ୍ୟତୀତ ଅଧିକ କିଛି ମିଳିନଥିବା ସେ ସ୍ପଷ୍ଟ କରିଛନ୍ତି। ଏହି ରୋଗ ପାଇଁ କୌଣସି ଔଷଧ ନଥିବାରୁ ଏ ନେଇ ପ୍ରତିଷେଧମୂଳକ ଭାବେ ସତର୍କ ରହିବାକୁ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି।

Spread the love