July 27, 2024

Satya News

odia news channel

ନେପାଳରେ ୮ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ଯୁ

କାଠମାଣ୍ଡୁ,୨୨/୧: ୮ଜଣ ଭାରତୀୟ ନାଗରିକଙ୍କର ନେପାଳର ପୋଖରାରେ ମୃତ୍ୟୁ ହୋଇଛି। ମୃତକମାନେ କେରଳର ବାସିନ୍ଦା ବୋଲି ଜଣାପଡ଼ିଥିଲେ ହେଁ ସେମାନଙ୍କ ପରିଚୟ ମିଳିପାରିନାହିଁ। ପୋଖରାର ଏକ ହୋଟେଲରେ ଗ୍ୟାସ୍ ଲିକ୍ ଯୋଗୁଁ ଶୋଇଥିବାବେଳେ ସେମାନଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତକଙ୍କ ମଧ୍ୟରେ ୨ ଦମ୍ପତ୍ତି ଓ ୪ ଜଣ ଶିଶୁ ରହିଛନ୍ତି। ବ୍ୟବଚ୍ଛେଦ ପରେ ଶବଗୁଡ଼ିକୁ ସ୍ବଦେଶ ଅଣାଯିବ। ତେବେ ସେମାନେ ଅନ୍ୟ ୧୫ ଜଣଙ୍କ ସହ କେରଳରୁ ନେପାଳର ପୋଖରା ବୁଲିବାକୁ ଯାଇଥିଲେ ବୋଲି ଜଣାପଡ଼ିଛି।

Spread the love