February 23, 2024

Satya News

odia news channel

ଏଣିକି ବିନା କାଗଜରେ ଚାଲିବ ବିଧାନସଭା

 

ଭୁବନେଶ୍ୱର : ଏଣିକି ବିଧାନସଭାରେ କାଗଜର ବ୍ୟବହାର ହେବନି। ଆଗକୁ ହେବ ଇ-ବିଧାନସଭା । ଇ-ବିଧାନସଭା ପାଇଁ ଶେଷ ହୋଇଛି ପ୍ରସ୍ତୁତି । ଏଥିପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇ ସାରିଲାଣି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ବିଧାନସଭା କାମ ବିନା କାଗଜରେ ସମ୍ପନ୍ନ କରିବା ପାଇଁ ସମସ୍ତ ବିଧାୟକ ଓ କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି କମ୍ପ୍ୟୁଟର ।ବିଧାନସଭାରେ WiFi ବ୍ୟବସ୍ଥା କରାଯାଇଛି। ଖୁବ ଶୀଘ୍ର କର୍ମଚାରୀଙ୍କୁ ଟ୍ରେନିଂ ଦିଆଯିବ ।

Spread the love