December 7, 2025

ପୂର୍ବତନ ବିଧାୟକ ଅନାମ ନାଏକ ଗିରଫ

କଳାହାଣ୍ଡି,୨୪/୧: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି କଳାହାଣ୍ଡି ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକ। ଜୟପୁର ଭିଜିଲାନ୍ସ ଅନାମ ନାୟକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗତ ୧୭ ତାରିଖରେ ଶ୍ରୀ ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା। ଭବାନୀପାଟଣାରେ ଥିବା ତାଙ୍କ ବାସଭବନ ଓ ରାମପୁର ହୋଟେଲରେ ଉକ୍ତ ଚଢ଼ଉ ହୋଇଥିବା ଜଣାପଡ଼ିଛି। ଅନାମଙ୍କ ନାମରେ ୩କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଥିବା ଭିଜିଲାନ୍ସ ଠାବ କରିଛି। ଅନାମ ନାଏକ ପୂର୍ବତନ ବିଧାୟକ ଥିଲେ।

Spread the love