ଭୁବନେଶ୍ୱର,୨୪/୧: କଲେଜ ପରିଚାଳନା କମିଟିରେ ଆଉ ରହିବେନି ରାଜନେତା। କଲେଜ ପରିଚାଳନା ବ୍ୟବସ୍ଥାକୁ ମାର୍ଜିତ କରିବାକୁ ଉଚ୍ଚଶିକ୍ଷା ବିଭାଗ ଉଦ୍ୟମ ଆରମ୍ଭ କରିଛି। ପରିଚାଳନା କମିଟିରେ ସ୍ଥାନୀୟ ବିଧାୟକ କିମ୍ବା ରାଜନେତା ସ୍ଥାନ ପାଇପାରିବେ ନାହିଁ। ଓଡ଼ିଶା ଅଭିଭାବକ ମହାସଂଘର ଗୁରୁବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏକଥା କହିଛନ୍ତି। ଉଚ୍ଚଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଏବଂ ପରିଚାଳନା ଦକ୍ଷତା ଥିବା ବ୍ୟକ୍ତିଙ୍କୁ ଏହି କମିଟିର ସଭାପତି ଭାବରେ ନିଯୁକ୍ତି କରାଯିବ। କେବଳ ଶିକ୍ଷାବିତମାନେ ଏହି କମିଟିରେ ରହିବେ। ଏହାଦ୍ୱାରା କଲେଜ ପରିଚାଳନା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆସିବା ସହ ଉଚ୍ଚଶିକ୍ଷା ସୁଦୃଢ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। ଅପରପକ୍ଷରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡିକର ଅଧ୍ୟାପକମାନେ ଆଉ ଘରୋଇ ଟ୍ୟୁସନ କରିପାରିବେ ନାହିଁ। ଯେଉଁମାନେ ଏଭଳି କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୧୯୯୨ ଶିକ୍ଷା ଆଇନରେ ଘରୋଇ ଟ୍ୟୁସନ ନକରିବାକୁ ବ୍ୟବସ୍ଥା ରହିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍