ପାଟଣାଗଡ଼,୨୪/୧: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଓଡ଼ିଶା ହାଇକୋର୍ଟଙ୍କ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ଆଧାରରେ ଶୁକ୍ରବାର ଜେଲରୁ ବାହାରିଛନ୍ତି। ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ହାଇକୋର୍ଟ ପୁଞ୍ଜିଲାଲଙ୍କୁ ଜାମିନ ଦେଇଛନ୍ତି। ତେବେ ଜାନୁଆରୀ ୨୮ରେ ପୁଣିଥରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୁଞ୍ଜିଲାଲଙ୍କୁ ମିଳିଥିବା ଏହି ୪ଦିନିଆ ଜାମିନରେ କୋର୍ଟ ତାଙ୍କ ପାଇଁ କେତୋଟି କଡା ସର୍ତ୍ତ ରଖିଛନ୍ତି। ଜାମିନ ସମୟରେ ପୁଞ୍ଜିଲାଲ କୌଣସି ଗଣମାଧ୍ୟମକୁ ଭେଟି ପାରିବେ ନାହିଁ ଏବଂ ବାହାରକୁ ଗଲେ ସ୍ଥାନୀୟ ଥାନାଧିକାରୀଙ୍କୁ ଜଣାଇବାକୁ ନିର୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ପୁଞ୍ଜିଲାଲଙ୍କ ମା’ଙ୍କ ପରଲୋକ ହୋଇଥିଲାବେଳେ ଏକମାତ୍ର ପୁଅ ହୋଇଥିବାରୁ ସେ ମୁଖାଗ୍ନି ପାଇଁ ଜାମିନ ଆବେଦନ କରିଥିଲେ। ଏଥିସହ ଅନ୍ତିମ ସଂସ୍କାର ପରେ ପୁଣି ଜେଲକୁ ଫେରିଥିଲେ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍