May 16, 2025

ବ୍ରିଜ୍ ତଳକୁ ଖସିଲା କାର୍, ୫ ମୃତ

ଗଜପତି,୪/୧: ଆନ୍ଧ୍ରପ୍ରଦେଶ କୋତାପଲ୍ଲି ଗାଁ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଏକ କାର୍ ଖସିପଡ଼ିଛି। ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ପଲାସା ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ପରିଚୟ ମିଳିପାରିନାହିଁ। ସୂଚନାନୁଯାୟୀ, ସୀମାଞ୍ଚଳମରେ ଭଗବାନ ବରାହ ନରସିଂହଙ୍କ ଦର୍ଶନ ସାରି ସେଠାରୁ ବ୍ରହ୍ମପୁର ଫେରୁଥିବାବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ଏବେ ବ୍ରହ୍ମପୁରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Spread the love