July 27, 2024

Satya News

odia news channel

କୋଚିଂ ସେଣ୍ଟର ଛାତ ଭୁଶୁଡ଼ି ୫ ଛାତ୍ର ମୃତ

ନୂଆଦିଲ୍ଲୀ,୨୬/୧: ନୂଆଦିଲ୍ଲୀର ଭଜନପୁରା ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରର ଛାତ ଶନିବାର ଅଚାନକ ଭୁଶୁଡି ପଡିଛି। ଏଥିରେ ୧୧ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୫ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ନୂଆଦିଲ୍ଲୀର ଗୋକଲପୁର ଭଜନପୁରା ଅଞ୍ଚଳରେ ଏକ କୋଚିଂ ସେଣ୍ଟରକୁ ପ୍ରତିଦିନ ଭଳି ଶନିବାର ମଧ୍ୟ ପିଲାମାନେ ପାଠପଢ଼ିବା ପାଇଁ ଆସିଥିଲେ। ପିଲାମାନେ କୋଚିଂ ସେଣ୍ଟର ଭିତରେ ବସି ପାଠପଢ଼ୁଥିବାବେଳେ ହଠାତ ଏହାର ଛାତ ଭୁଶୁଡ଼ି ପଡ଼ିଥିଲା। ଫଳରେ ଏଥିରେ ୧୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ମୃତ୍ୟୁ ଘଟିଛି। ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟଲୋକ, ଅଭିଭାବକ, ଉଦ୍ଧାରକାରୀ ଦଳ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଛାତ୍ରଛାତ୍ରୀଙ୍କୁ ହସ୍‌ପିଟାଲ୍‌ରେ ପାଇଁ ଭର୍ତ୍ତି କରିଥିଲେ। ତେବେ ଏହି କୋଚିଂ ସେଣ୍ଟର ଛାତ ହଠାତ କାହିଁକି ଭୁଶୁଡ଼ି ପଡ଼ିଲା ସେନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି। ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

Spread the love