July 27, 2024

Satya News

odia news channel

ସୁନା ଦର ୪୦ ହଜାର ଟପିଲା

ନୂଆଦିଲ୍ଲୀ,୪/୧: ସୁନା ଦର ୧୦ ଗ୍ରାମ ପ୍ରତି ୪୦ ହଜାର ଟଙ୍କା ପାର କରିଛି। ଆମେରିକା ଓ ଇରାନ୍‌ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାରୁ ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଦେଖାଦେବା ସହ ସୁନା ଦର ଉପରେ ଏହାର ପ୍ରଭାବ ପଡ଼ିଛି। ଫଳରେ ପ୍ରତି ୧୦ ଗ୍ରାମ ଶୁଦ୍ଧ ସୁନା ଦର ଏବେ ୪୦ ହଜାର ଟଙ୍କା ଟପିଛି। ଏବେ ୧୦ ଗ୍ରାମ ସୁନାର ମୂଲ୍ୟ ୪୦,୦୯୨ ଟଙ୍କା ରହିଛି। ଏହା ଗୋଟିଏ ଦିନରେ ୮୭୭ ଟଙ୍କା ବୃଦ୍ଧି ପାଇବା ସହ ୨.୨ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ରୂପା ଦର ୨ ପ୍ରତିଶତ ବୃଦ୍ଧି ପାଇଛି। ପ୍ରତି କିଲେ ରୂପା ଦର ୯୯୦ ଟଙ୍କା ବୃଦ୍ଧି ପାଇ ଏବେ ୪୭,୩୩୦ ଟଙ୍କାରେ ପହଞ୍ଚିଛି। ତେବେ ଯୁଦ୍ଧ ଆଶଙ୍କା ବୃଦ୍ଧି ପାଇବା ସହ ତୈଳ ଦର ସହ ସୁନା ଓ ରୂପା ଦର ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବରରେ ସୁନାଦର ୪୦ ହଜାର ଟଙ୍କା ପାର କରିଥିଲା। ପରେ ଏହା ପ୍ରାୟ ୨ ହଜାର ଟଙ୍କା ପ୍ରତି ୧୦ ଗ୍ରାମ ହ୍ରାସ ପାଇଥିଲା। ମାତ୍ରେ ଏବେ ପୁଣି ୪୦ ହଜାର ଟପିଛି।

Spread the love