July 27, 2024

Satya News

odia news channel

ପାକିସ୍ତାନରେ ୧୦ ଗ୍ରାମ ସୁନାର ଦାମ ଶୁଣି ଚକିତ ହୋଇଯିବେ ଆପଣ

ପାକିସ୍ତାନରେ ୧୦ ଗ୍ରାମ ସୁନାର ଦାମ ଶୁଣି ଚକିତ ହୋଇଯିବେ ଆପଣ

ମରୁଡ଼ି, ଦରଦାମ ବୃଦ୍ଧି ଓ ଦାରିଦ୍ର୍ୟ ପାକିସ୍ତାନକୁ ଫମ୍ପା କରିଦେଇଛି । ପନିପରିବା, ପେଟ୍ରୋଲ-ଡିଜେଲ ଦର ପରେ ଏବେ ସୁନାର ମୂଲ୍ୟ ଆକାଶଛୁଆଁ ହୋଇଛି । ପାକିସ୍ତାନରେ ସୁନାର ଦର ଭରିକୁ ୯୦,୮୦୦ ଟଙ୍କାରେ ପହଂଚିଗଲାଣି । ଭାରତୀୟ ବଜାରରେ ୧୦ ଗ୍ରାମ ସୁନାର ରେଟ ୪୧,୩୯୮ ଟଙ୍କା ରହିଛି । ପାକିସ୍ତାନର ପ୍ରମୁଖ ଖବରକାଗଜ ଡନ ଅନୁସାରେ କରାଚୀ ବଜାରରେ ୧୦ ଗ୍ରାମ ସୁନାର ମୂଲ୍ୟ ହେଉଛି ୯୦,୮୦୦ ପାକିସ୍ତାନୀ ଟଙ୍କା । ଇରାନ-ଆମେରିକା ଉତ୍ତେଜନା ଯୋଗୁ ସୁନାର ଦର ବୃଦ୍ଧି ପାଇଛି । ଏହି କାରଣରୁ ଶୁକ୍ରବାର ସୁନା ଦର ୧,୧୫୦ ବଢ଼ିଛି । ୨୦୧୯ ଜାନୁୟାରୀ ୧ରୁ ୨୦୨୦ ଜାନୁୟାରୀ ୪ ମଧ୍ୟରେ ୧୦ ଗ୍ରାମ ସୁନାର ମୂଲ୍ୟରେ ୨୩,୦୦୦ ଟଙ୍କା ବୃଦ୍ଧି ଘଟିଛି ।

Spread the love