July 27, 2024

Satya News

odia news channel

ଜିଏସଟିକୁ ଆହୁରି ସରଳୀକରଣ କରାଯିବ

ନୂଆଦିଲ୍ଲୀ,୧/୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ପୂର୍ବାହ୍ଣ ୧୧ଟାବେଳେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନା ଆରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଥମେ ସେ ମୋଦୀ ସରକାରଙ୍କ ସଫଳତାର ଗାଥା ବଖାଣିଥିଲେ। ଏଥିସହ ମନ୍ତ୍ରୀ ନିର୍ମଳା ସୀତାରାମଣ କହିଛନ୍ତି ଯେ ସରକାରଙ୍କ ଋଣଭାର କମିଛି। ସେହିପରି ଜିଏସଟିକୁ ଆହୁରି ସରଳୀକରଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ୨୦୧୪ ମାର୍ଚ୍ଚରେ ସରକାରଙ୍କ ଋଣଭାର ୫୨.୨ ପ୍ରତିଶତ ରହିଥିବାବେଳେ୨୦୧୯ ମାର୍ଚ୍ଚ ସୁଦ୍ଧା ଏହା ୪୮.୭ ପ୍ରତିଶତ ହୋଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଭାରତର ଅର୍ଥ ବ୍ୟବସ୍ଥାରେ ଜିଏସଟି ଏକ ବଡ଼ ପରିବର୍ତ୍ତନ ଆଣିଥିବାବେଳେ ଆଦାୟ ୧ ଲକ୍ଷ କୋଟି ଛୁଇଁପାରିଛି। ଗତ ଆର୍ଥିକ ବର୍ଷରେ ୪୦ କୋଟିର ରିଟର୍ଣ୍ଣ ଫାଇଲ ହୋଇଥିବାବେଳେ ୮୦୦ କୋଟି ଇନଭଏସ ଅପଲୋଡ୍‌ ହୋଇଛି ଏବଂ ୧୦୫ କୋଟି ଇ-ୱେ ବିଲ୍‌ ତିଆରି ହୋଇଥିବା ମନ୍ତ୍ରୀ କହିଛନ୍ତି। ଆସନ୍ତା ଏପ୍ରିଲରୁ ଟିକସ ଦାଖଲ ପ୍ରକ୍ରିୟାକୁ ଆହୁରି ସରଳୀକରଣ କରାଯିବା ପାଇଁ ନୂଆ ବ୍ୟବସ୍ଥା ଲାଗୁ କରାହେବ। ସେହିପରି ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି।

Spread the love