July 27, 2024

Satya News

odia news channel

ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌

 

ଚଣ୍ଡିଗଡ଼ : ହରିୟାଣାର ମନ୍ତ୍ରୀ ଅନିଲ ଭିଜ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କରୋନା ଭ୍ୟାକସିନ୍ କୋଭାକ୍ସିନ୍‌ର ପରୀକ୍ଷାମୂଳକ ଟିକା ନେଇଥିଲେ ମନ୍ତ୍ରୀ ଅନିଲ ଭିଜ୍‌ । ନଭେମ୍ବର ୨୦ରେ ସ୍ୱେଚ୍ଛାକୃତ ଭାବେ ନେଇଥିଲେ ଟୀକା । କରୋନା ପଜିଟିଭ୍‌ ନେଇ ମନ୍ତ୍ରୀ ଅନିଲ ଭିଜ୍‌ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।

ହରିୟାଣାର ମନ୍ତ୍ରୀ ଅନିଲ ଭିଜ୍‌ ନିଜେ ଟ୍ୱିଟ୍‌ କରି କହିଛନ୍ତି ଯେ, ସେ କରୋନା ସଂକ୍ରମିତ ହୋଇଛନ୍ତି । କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହେବା ପରେ ଅମ୍ବାଲା କେଣ୍ଟ ସ୍ଥିତ ଏକ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କରୋନା ଟେଷ୍ଟ କରିବାକୁ ନିବେଦନ କରିଛନ୍ତି । ଏହା ଦେଶରେ ପ୍ରଥମ ଘଟଣା । ଜଣେ ଲୋକ ଭ୍ୟାକ୍‌ସିନ୍‌ର ଟ୍ରାଏଲ୍‌ରେ ଭାଗ ନେବା ପରେ କରୋନା ସଂକ୍ରମିତ ହୋଇଛନ୍ତି ।

ନଭେମ୍ବର ୨୦ରେ ହରିୟାଣାରେ କରୋନା ଦେଶୀ ଭ୍ୟାକସିନ୍‌ ‘କୋଭାକ୍ସିନ୍‌’ ତୃତୀୟ ପର୍ଯ୍ୟାୟର ପ୍ରଥମ ଟୀକା ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ଭିଜ୍‌ ନେଇଥିଲେ । ଅମ୍ବାଲା କେଣ୍ଟ ସ୍ଥିତ ଏକ ମେଡିକାଲରେ ତାଙ୍କୁ ଏହି ଟୀକା ଲଗାଯାଇଥିଲା । ଲଗାତର ଭାବେ ସେ ଡାକ୍ତରଙ୍କ ନୀରକ୍ଷଣରେ ରହିଥିଲେ । କୋଭାକ୍ସିନ୍‌ର ଟ୍ରାଏଲ୍‌ ହେବା ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ନେଇ ଅନେକ ପ୍ରକାର ଯାଞ୍ଚ କରାଯାଇଥିଲା । ସବୁ ଯାଞ୍ଚ ରିପୋର୍ଟ ସଠିକ୍‌ ଆସିବା ପରେ ତାଙ୍କୁ ଟ୍ରାଏଲ୍‌ରେ ଭାଗ ନେବା ପାଇଁ ଅନୁମତି ଦିଆଯାଇଥିଲା । ମନ୍ତ୍ରୀ ଅନିଲ ଭିଜ୍‌ ଟୀକା ନେବା ପରେ ଅଫିସ ମଧ୍ୟ ଆସୁଥିଲେ । ଡାକ୍ତରଙ୍କ ପରାମର୍ଶରେ ସେ ଅଫିସ ଆସୁଥିଲେ ।

ସୂଚନାଯୋଗ୍ୟ ଯେ, ହରିୟାଣାରେ କୋଭାକ୍ସିନର ଟୀକ ପରୀକ୍ଷଣର ଦ୍ୱାୟିତ୍ୱ ପଣ୍ଡିତ ଭଗବତ ଦୟାଲ ଶର୍ମା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟରୁ ଦିଆଯାଇଛି । ପ୍ରଥମ ଡୋଜର ୨୮ ଦିନ ପରେ ଆଉ ଏକ ଡୋଜ ନେବାର ନିୟମ ରହିଛି । ୪୮ଦିନ ପରେ ତାଙ୍କ ଶରୀରର ଆଣ୍ଟିବଡ଼ ଟେଷ୍ଟ କରାଯିବ । ଯଦି ରିପୋର୍ଟ ସଠିକ୍ ଆସେ, ତେବେ ଆଉ ଏକ ଡୋଜ ଦିଆଯିବ । କୋଭାକ୍ସିନ୍‌ର ଏହି ପର୍ଯ୍ୟାୟରେ ପ୍ରାୟ ୨୫ହଜାରୁ ଅଧିକ ସ୍ୱେଚ୍ଛାସେବୀଙ୍କୁ ଆଗୀମୀ ଡୋଜ ଦିଆଯିବ । ସେପଟେ ବିଶ୍ୱବିଦ୍ୟାଳୟର କୁଳପତି କହିଛନ୍ତି ଯେ, କୋଭିକ୍ସନର ଟ୍ରାଏଲ୍‌ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କ ଠାରେ ସାଇଡ଼ଇପେକ୍ଟ ଦେଖାଯାଇନାହିଁ ।

Spread the love