February 16, 2026

ଏନକାଉଣ୍ଟରରେ ହିଜବୁଲ ମୁଜାହିଦ୍ଦିନ୍ ଆତଙ୍କବାଦୀ ସଫା

ଶ୍ରୀନଗର,୧୫/୧: ଭାରତୀୟ ସେନା ବୁଧବାର ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ଜଣେ କୁଖ୍ୟାତ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀକୁ ଏନକାଉଣ୍ଟରେ ନିପାତ କରିଛି। ମୃତ ଆତଙ୍କବାଦୀର ନାଁ ହାରୁନ୍ ହଫାଜ ବୋଲି ଭାରତୀୟ ସେନାର ପ୍ରବକ୍ତା ଲେପ୍ଟନାଣ୍ଟ କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଡୋଡା ଜିଲ୍ଲାକୁ ଆତଙ୍କବାଦୀମାନେ ପଶି ଆସିଥିବାର ଖବର ମିଳିବା ପରେ ସେନା ପକ୍ଷରୁ ଅନୁସନ୍ଧାନ ଆରମ୍ଭ କରାଯାଇଥିଲା। କମ୍ବିଂ ଅପରେସନବେଳେ ଲୁଚିଥିବା ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା। ତେବେ ଏଥିରେ ହିଜବୁଲ ମୁଜାହିଦ୍ଦିନର କୁଖ୍ୟାତ ଆତଙ୍କବାଦୀ ହାରୁନ୍ ହଫାଜ ପ୍ରାଣ ହରାଇଥିବା ସେ ସ୍ପଷ୍ଟ କରିଛନ୍ତି।

Spread the love