July 27, 2024

Satya News

odia news channel

ଆତଙ୍କବାଦୀ ଲିଙ୍କ: ଡିଏସପି ଦେବିନ୍ଦର ସିଂହ ବହିଷ୍କୃତ

 

ଗୃହଶତ୍ରୁ ବିଦା

ନୂଆଦିଲ୍ଲୀ,୧୬/୧: ଜମ୍ମୁ-କଶ୍ମୀରରୁ ହିଜବୁଲ ଆତଙ୍କବାଦୀଙ୍କ ସହ ଗିରଫ ହୋଇଥିବା ଡିଏସପି ଦେବିନ୍ଦର ସିଂହଙ୍କୁ ବହିଷ୍କାର କରାଯାଇଛି। ତାଙ୍କୁ ବହିଷ୍କାର କରିବାକୁ ସ୍ବରାଷ୍ଟ୍ର  ମନ୍ତ୍ରଣାଳୟ ଦାବି କରିଥିବାବେଳେ ଜମ୍ମୁ-କଶ୍ମୀର ପୋଲିସ ବୁଧବାର ତାକୁ ମଞ୍ଜୁରୀ ଦେଇଛି। ସୂଚନାନୁଯାୟୀ, ଦେବିନ୍ଦର ନିଜ ଘରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀମାନଙ୍କୁ ରଖି ଦେଖାଶୁଣା କରୁଥିଲେ। ପୋଲିସ ଦେବିନ୍ଦରଙ୍କୁ ଗିରଫ କରିବା ପରେ ତାଙ୍କ ଘରେ ଚଢ଼ଉ କରି ଗୋଟିଏ ଏକେ-୪୭ ରାଇଫଲ ଓ ୨ଟି ଅନ୍ୟ ବନ୍ଧୁକ ଜବତ କରିଥିଲା। ଗତ ୧୩ ତାରିଖରେ ଏ ସମ୍ପର୍କରେ ପୋଲିସ ଅଧିକାରୀମାନେ ସୂଚନା ଦେଇଥିଲେ। ଗିରଫ କରାଯିବା ସମୟରେ ଦେବିନ୍ଦର ଆତଙ୍କବାଦୀଙ୍କୁ ନେଇ ଚଣ୍ଡୀଗଡ଼ ଯାଉଥିଲେ।

Spread the love