July 27, 2024

Satya News

odia news channel

ବିସିସିଆଇର ବାର୍ଷିକ ଖେଳାଳି ଚୁକ୍ତି ତାଲିକା ପ୍ରକାଶ: ଧୋନୀ ବାଦ

ଭୁବନେଶ୍ୱର,୧୭/୧: ବିସିସିଆଇର ବାର୍ଷିକ ଖେଳାଳି ଚୁକ୍ତି ତାଲିକା ଗୁରୁବାର ପ୍ରକାଶ ପାଇଛି। ଏ-ପ୍ଲସ, ଏ, ବି ଓ ସି’ ଚାରିଟି ଗ୍ରେଡରେ ଖେଳାଳିଙ୍କ ତାଲିକା ଘୋଷଣା କରାଯାଇଥିବାବେଳେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏଥିରୁ ବାଦ ପଡିଛନ୍ତି। ତେବେ ଏ-ପ୍ଲସ ଗ୍ରେଡରେ ବିରାଟ କୋହଲି, ରୋହିତ ଶର୍ମା ଓ ଯଶପ୍ରୀତ ବୁମରା ରହିଛନ୍ତି। ଏ-ଗ୍ରେଡରେ ଅଶ୍ୱିନ, ଜାଡ଼େଜା, ଭୁବନେଶ୍ୱର, ପୂଜାରୀ, ରାହାଣେ, କେଏଲ୍ ରାହୁଲ, ଧାୱନ, ସାମି, ଈଶାନ୍ତ, କୁଳଦୀପ ଓ ରଷଭ ପନ୍ତ ସାମିଲ ହୋଇଛନ୍ତି। ବି-ଗ୍ରେଡରେ ରଦ୍ଧିମାନ ଶାହା, ଉମେଶ ଯାଦବ, ଚହଲ, ହାର୍ଦ୍ଦିକ ଏବଂ ମୟଙ୍କ ରହିଛନ୍ତି। ସେହିଭଳି ସି-ଗ୍ରେଡରେ କେଦାର ଯାଦବ, ନବଦୀପ ସାଇନି, ଦୀପକ ଚହର, ମନୀଷ ପାଣ୍ଡେ, ହନୁମା ବିହାରୀ, ଶାର୍ଦ୍ଦୁଳ ଠାକୁର, ଶ୍ରେୟସ ଆୟର ଏବଂ ୱାଶିଂଟନ ରହିଛନ୍ତି। ମାତ୍ର କୌଣସି ବି ଗ୍ରେଡରେ ମହେନ୍ଦ୍ର ସିଂ ଧୋନୀଙ୍କ ନାମ ନାହିଁ।ଏ-ପ୍ଲସ ଗ୍ରେଡ ଖେଳାଳି ବାର୍ଷିକ ୭କୋଟି ଟଙ୍କା ପାଇବାକୁ ଥିବାବେଳେ ଏ ଗ୍ରେଡକୁ ୫କୋଟି, ବି’କୁ ୩କୋଟି ଓ ସି’କୁ ୧କୋଟି ଟଙ୍କା ମିଳିବ।

Spread the love