March 27, 2025

ମାଓବାଦୀଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି,୭/୨: ମାଓବାଦୀଙ୍କ ବିରୋଧରେ ମାଲକାନଗିରିରେ ଚାଲିଥିବା ଏକ ବଡ଼ ଅପରେସନରେ ପୋଲିସକୁ ସଫଳତା ମିଳିଛି। ଏହି ଅପରେସନରେ ମାଓବାଦୀଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଡିଜିପି ଅଭୟ। ଏତେ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହେବା ଓଡ଼ିଶା ଇତିହାସରେ ପ୍ରଥମ ଘଟଣା ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସୂଚନାନୁଯାୟୀ, ମାଓବାଦୀମାନେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଲୁଚାଇଥବା ସମ୍ପର୍କରେ ବିଶ୍ୱସ୍ତସୂତ୍ରରୁ ଖବରପାଇ ଓଡ଼ିଶା ପୋଲିସ ନେତୃତ୍ୱରେ ଆନ୍ଧ୍ରପ୍ରଦେଶ ପୋଲିସ, ବିଏସଏଫ୍, ସିଆରପିଏଫ୍ ଏବଂ ଏସଓଜି ମିଳିତ ଭାବେ ଏହି ଚଢ଼ଉ କରିଥିଲେ। ଜାନୁଆରୀ ୧୫ ତାରିଖରେ ମାଲକାନଗିରିରେ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ହୋଇଥିଲା। ଏହି ଅପରେସନ ତିନିଚାରି ଦିନ ଧରି ଚାଲିଥିଲା।

ଏଇ ଖବରକୁ ବି ପଢ଼ନ୍ତୁ

https://khabardata.com/trump-acquited-from-impeachment/

Spread the love