January 23, 2026

ଆଇଏଏସ୍ ବିଜୟକେତନ ନିଲମ୍ବିତ

ଭୁବନେଶ୍ୱର,୩୧/୧୨: ୨୦୦୯ ବ୍ୟାଚ୍ ଆଇଏଏସ୍ ବିଜୟକେତନ ଉପାଧ୍ୟାୟ ଲକ୍ଷେ ଟଙ୍କା ଲାଞ୍ଚନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଥିବାବେଳେ ସୋମବାର ରାଜ୍ୟ ସରକାର ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ଉଦ୍ୟାନକୃଷି ନିର୍ଦ୍ଦେଶକ ଶ୍ରୀ ଉପାଧ୍ୟାୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଲମ୍ବନ କରିଛନ୍ତି। ଆଇଏଏସ୍ ଶ୍ରୀ ଉପାଧ୍ୟାୟଙ୍କ ଅଫିସ୍ ଓ ବାସଭବନ ସମେତ ତାଙ୍କ ସମ୍ପର୍କୀୟମାନଙ୍କ ଘରେ ମଧ୍ୟ ଆଜି ଚଢ଼ଉ ଜାରି ରହିଛି। ସୂଚନାଯୋଗ୍ୟ, ଏକ ବିଲ୍ ପାସ୍ କରାଇ ଦେବା ପାଇଁ ଶ୍ରୀ ଉପାଧ୍ୟାୟ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ତାଙ୍କଠୁ ଏହି ଅର୍ଥ ଜବତ କରିଥିଲା।

Spread the love