ଭୁବନେଶ୍ୱର,୩୧/୧୨: ସବୁଜିମାରେ ଭରିଯିବ ଶ୍ରୀମନ୍ଦିର ଚାରିପାଖ। ଶାନ୍ତ ପରିବେଶ, ଶୀତଳ ପବନ ଆଉ ଭକ୍ତିମୟ ପରିବେଶରେ ଭଗବାନ ଶ୍ରୀଜଗନ୍ନାଥଙ୍କୁ ପାଇବେ ଭକ୍ତ। ଏମିତି କିଛି ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋମବାର ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡର ଚିଠା ଆର୍କିଟେକଚରାଲ୍ ପ୍ଲାନକୁ ଲୋକାର୍ପିତ କରିବା ସହ ଏହି ପ୍ଲାନ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଜାନୁୟାରୀ ୧୫ ତାରିଖ ସୁଦ୍ଧା ମତାମତ ଦେବାକୁ ପରାମର୍ଶ ଦେଇଛନ୍ତି।
![Shreekhetra map will be changed](http://khabardata.com/wp-content/uploads/2019/12/Shreekhetra-map-will-be-changed1-300x169.jpg)
ଏହି ପ୍ଲାନ ଅନୁଯାୟୀ ଶ୍ରୀମନ୍ଦିରର ଚାରୋଟି ଦ୍ୱାରର ନକ୍ସା ବଦଳିଯିବ। ପ୍ରତି ଦ୍ୱାର ସାମ୍ନାରେ ରଙ୍ଗବେରଙ୍ଗର ଫୁଲ ଗଛ ସହ ଭକ୍ତଙ୍କ ବସିବା ପାଇଁ ପଥରରେ ବେଞ୍ଚ ପଡିବ। ଶ୍ରୀମନ୍ଦିର ବାହାରେ ଧ୍ୟାନସ୍ଥଳୀ ଏବଂ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣିବାକୁ ପାଠାଗାର ରହିବ। ଏଥିସହ ଦୂରରୁ ବଡ ଦେଉଳ ଓ ନୀଳଚକ୍ର ଦର୍ଶନ ପାଇଁ ଏକ ଟାୱାର ରହିବ।
![Shreekhetra map will be changed](http://khabardata.com/wp-content/uploads/2019/12/Shreekhetra-map-will-be-changed-300x169.jpg)
ମନ୍ଦିର ଚାରି ଦ୍ୱାର ଭିତରୁ ଗୋଟିଏ ଦ୍ୱାର ପାଖରେ ପଦ୍ମ ପୋଖରୀ ତିଆରି ହେବ। ଅନ୍ୟପକ୍ଷରେ ଶ୍ରୀଜଗନ୍ନାଥ ଐତିହ୍ୟ କରିଡ଼ର ପାଇଁ ଯେଉଁ ମଠ ଓ ବ୍ୟକ୍ତିବିଶେଷମାନେ ଜମି ଦେଇଛନ୍ତି, ସେମାନଙ୍କ ନାମ ମଧ୍ୟ ଏହି ଐତିହ୍ୟ କରିଡ଼ରରେ ଏକ ଫଳକରେ ସ୍ଥାନ ପାଇବ। ଐତିହ୍ୟ କରିଡ଼ର ପାଇଁ ଅଧିଗ୍ରହଣ କରାଯାଇଥିବା ସମସ୍ତ ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁ’ରେ ରେକର୍ଡ କରାଯିବ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି