
ଆଠଗଡ଼: ଜାଲରେ ଧରାପଡ଼ିଛି ଲୁପ୍ତ ପ୍ରଜାତିର ଏକ ବିରାଟ ମାଛ। ଯାହାର ଓଜନ ପାଖାପାଖି ୫୮ କେଜି ହୋଇଥିବାବେଳେ ଏହାର ଲମ୍ୱ ୫ଫୁଟ୍ ଥିବା ସୂଚନା ମିଳିଛି।
କଟକ ଜିଲ୍ଲା ବଡ଼ମ୍ୱା ଥାନା ଅନ୍ତର୍ଗତ ଗୋପିନାଥପୁର ଗ୍ରାମ ପାଖ ଦେଇ ଯାଇଥିବା ମହାନଦୀରୁ ମତ୍ସ୍ୟଜୀବୀମାନେ ଏହି ମାଛ ଉଦ୍ଧାର କରିଛନ୍ତି। ସେମାନେ ଏହି ମାଛକୁ ବୋଦ ପ୍ରଜାତିର ମାଛ ବୋଲି କହିଛନ୍ତି।
ସୂଚନା ଅନୁସାରେ ଗୋପିନାଥପୁର କୈବର୍ତ୍ତ ସାହିର ଧର୍ମାନନ୍ଦ ଖୁଣ୍ଟିଆ ଏବଂ କାମଦେବ ଖୁଣ୍ଟିଆ ସବୁଦିନ ପରି ନଦୀକୁ ମାଛ ଧରିବାକୁ ଯାଇଥିଲେ। ସେମାନେ ଗୋପିନାଥପୁର ଘାଟଠାରୁ ତେଲେଣିଆ ଘାଟ ପ୍ରର୍ଯ୍ୟନ୍ତ ଜାଲ ଟାଣିଥିଲେ। କିନ୍ତୁ ଜାଲକୁ ଗୋଟାଇବା ସମୟରେ ଏହା ସହଜରେ ଗୋଟାଇ ହୋଇନଥିଲା। କିଛି ବଡ଼ ଓଜନିଆ ଜିନିଷ ଲାଖିଯାଇଥିବା ଭାବି ମତ୍ସ୍ୟଜୀବୀ ଜାଲଟିକୁ କୂଳକୁ ନେଇ ଆସିଥିଲେ। ଏହାପରେ ଏକ ବିରାଟ ମାଛ ପଡ଼ିଥିବା ଦେଖି ଏହାକୁ ଜାଲରୁ ବାହାର କରିଥିଲେ।
ତେବେ ଖବର ପ୍ରସାରିତ ହେବାପରେ ଆଖପାଖ ଅଞ୍ଚଳରୁ ଲୋକମାନେ ମାଛଟିକୁ ଦେଖିବାକୁ ଭିଡ଼ ଜମାଇଥିଲେ। ସ୍ଥାନୀୟ ଯୁବକ ଅନିଲ୍ ଶତପଥୀଙ୍କ କହିବାନୁସାରେ ମାଛଟିକୁ ପାଖାପାଖି ୧୨ ହଜାର ଟଙ୍କାରେ ବିକ୍ରି କରାଯାଇଥିଲା।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍