
କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ବେଆଇନ ଭାବେ ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ ହେଉଥିବା ଖବର ପାଇଁ କଂଟାବାଞ୍ଜି ପୁଲିସ୍ ୪୮ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କିରିଛି। ଦାଦନ ଶ୍ରମିକ ମାନଙ୍କ ମଧ୍ୟରେ ୨୫ ପୁରୁଷ, ୨୩ ମହିଲା ଥିବା ବେଳେ ୮ ଶିଶୁ ଥିବା ଜଣାଯାଇଛି ।
ଶ୍ରମିକମାନେ ବରଗଡ ଜିଲ୍ଲାର ବରପାଳି, ନୂଆପଡା ଜିଲ୍ଲାର ବୁଡେନ, ସିନାପାଳି, ବଲାଙ୍ଗିର ଜିଲ୍ଲାର ମୁରିବାହାଲ, ଚୁଡାପାଳିଅଂଚଳର ବୋଲି ଜଣାଯାଇଛି । ଉଦ୍ଧାର ଶ୍ରମିକମାନେ ଦାଦନ ସର୍ଦାରଠାରୁ ମୁଣ୍ଡା ପିଛି ୩୫ ରୁ ୪୦ ହଜାର ଲେଖାଏ ଅଗ୍ରୀମ ନେଇ ଅଟୋ ଓ ପିକଅପ ଗାଡି ଯୋଗେ ରେଳ ଷ୍ଟେସନକୁ ଯାଉଥିବା ବେଲେ ପୁଲିସ୍ ଚଢ଼ାଉ କରିଥିଲା । ସେମାନଙ୍କ ପାଖରେ କୌଣସି କାଗଜପତ୍ର ନଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ଏମାନେ ହାଇଦ୍ରାବାଦ୍ର ଏକ ଇଟାଭାଟିକୁ ଯାଉଥିବା ଜଣାଯାଇଛି ।
ତେବେ ପୁଲିସ ଚଢାଉ ବେଳେ ଦାଦନ ସର୍ଦାର ଫେରାର ହୋଇଯାଇଛି । ତେବେ ଏଠାରେ କାମଧନ୍ଧା ମିଳୁନଥିବା ଯୋଗୁ ଶମିକମାନେ ରାଜ୍ୟ ବାହରକୁ ବାଧ୍ୟ ହୋଇ କାମ କରିବାକୁ ଯାଉଥିବା ସେମାନେ ଧରାପଡ଼ିବା ପରେ କହିଥିବା ଜାଣିବାକୁ ମିଳିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍